ସମ୍ବଲପୁର: ଉତ୍ତରାଖଣ୍ଡରେ ପଖାଳ ଦିବସ ପାଳନ କରିଛନ୍ତି ଓଡ଼ିଶା ଛାତ୍ର। ସେମାନେ ଏଥିରେ ବାହାର ରାଜ୍ୟର ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ବି ସାମିଲ କରିଥିଲେ। ଉତ୍ତରାଖଣ୍ଡର ହେମବତୀ ନନ୍ଦନ ବହୁଗୁଣା ଗଢ଼ୱାଲ ବିଶ୍ବବିଦ୍ୟାଳୟର ଓଡ଼ିଆ ଛାତ୍ର ସମାଜ ତରଫରୁ ଚୌରାସଠାରେ ପଖାଳ ଦିବସ ପାଳନ କରାଯାଇଥିଲା।
ସମାରୋହରେ ମୁଖ୍ୟ ଅତିଥି ଭାବେ ଡ. ଭଗତ ସିଂହ ପନ୍ୱାର ଯୋଗ ଦେଇଥିଲେ। ଆୟୋଜକ କମିଟିର ସଦସ୍ୟ ଭାବେ ବାଣିଜ୍ୟ ବିଭାଗର ଗୌରବ ପୁରୋହିତ, ଉଦ୍ୟାନ କୃଷି ବିଭାଗର ସିଦ୍ଧାନ୍ତ କୁମାର ସାହୁ, ରସାୟନବିଜ୍ଞାନ ବିଭାଗର ମୋହିତ କୁମାର ମହାନ୍ତ କାର୍ଯ୍ୟରତ ଥିଲେ। ଜମ୍ମୁକଶ୍ମୀରର ରମେଶ, ଉତ୍ତରପ୍ରଦେଶର ନୌସାତ ସହଯୋଗ କରିଥିଲେ।