ପୁରୀ: ପାକିସ୍ତାନ ଗୁଇନ୍ଦା ଲିଙ୍କ ଘଟଣା । ଦୀର୍ଘଦିନ ପରେ ଶେଷରେ ମୁହଁ ଖୋଲିଲେ ପୁରୀର ୟୁଟ୍ୟୁବର ପ୍ରିୟଙ୍କା ସେନାପତି । ଫେସବୁକରେ ଏକ ଭିଡିଓ ପୋଷ୍ଟ କରି ସତ କଣ କହିଛନ୍ତି ପ୍ରିୟଙ୍କା । ଜ୍ୟୋତି ମାଲହୋତ୍ରାଙ୍କ ସହ ସମ୍ପର୍କର ଖୁଲାସା କରିବା ସହ ମିଡିଆ ଉପରେ ଦୋଷ ଝାଡିଛନ୍ତି ପ୍ରିୟଙ୍କା । ଟିଆରପି ପାଇଁ ମିଡିଆ ତାଙ୍କ ନାଁରେ ମିଛ ଦେଖାଇଥିବା କଥା କହି ପ୍ରତି କଥାରେ ଗଣମାଧ୍ୟମ ଉପରେ ଦୋଷ ଲଦିଛନ୍ତି ପ୍ରିୟଙ୍କା । 

Advertisment

ଭିଡିଓ ପ୍ରିୟଙ୍କା କହିଛନ୍ତି-

ତଦନ୍ତ ଚାଲୁଥିବାରୁ ଦୁଇ ମାସ ହେବ ମୁଁ ଚୁପ ଥିଲି । କିନ୍ତୁ ସେତେବେଳେ ମିଡିଆ ଟିଆରପି ପାଇଁ ମୋ ବାବାଦରେ ମିଛ ଦେଖାଇଥିଲେ । ମିଡିଆ ମିଛ ଦେଖାଇ କାହାର ବି ଜୀବନ ବର୍ବାଦ କରିଦିଏ ବୋଲି ପ୍ରିୟଙ୍କା କହିବା ସହ କର୍ତ୍ତାରପୁର ଜ୍ୟୋତି ସହ ନୁହେଁ ବରଂ ଅନ୍ୟ ଜଣେ ସାଙ୍ଗ ସହ ଯାଇଥିଲେ ବୋଲି କହିଛନ୍ତି । ମାତ୍ର ମିଡିଆରେ ଜ୍ୟୋତି ସହ ଯାଇଥିବା ଖବର ବାଜିଲା । ମିଡିଆର ଏମିତି ଖବର ପରେ ମତେ କମେଣ୍ଟରେ ଲୋକେ ରେପ ପାଇଁ ଧମକ ଦେଇଥିଲେ, ଘର ଜାଳି ଦେବାକୁ ଧମକ ଦେଇଥିଲେ । ମୁଁ ଡିପ୍ରେସନରେ ଥିଲି । 

। ଜ୍ୟୋତି ମଲହୋତ୍ରାଙ୍କ ସହ ଲିଙ୍କ୍ ଅଭିଯୋଗରେ ଏନଆଇଏ ଘଟଣାର ତଦନ୍ତ କରୁଛି । ତେବେ ଏହି ଘଟଣାରେ ପ୍ରିୟଙ୍କା ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହିତ ତଦନ୍ତରେ ସହଯୋଗ କରୁଥିବା କହିଛନ୍ତି । ସେ ସ୍ପନସର ଟ୍ରିପରେ ପାକିସ୍ତାନ ଯାଇଥିଲେ । ଜ୍ୟୋତି ମଲହୋତ୍ରାଙ୍କ ସହ ପାକିସ୍ତାନର କରତାରପୁର ଯାଇନଥିଲେ ବୋଲି କହିଛନ୍ତି ।  ଉପରେ ସବୁ ଦୋଷ ଝାଡ଼ିଛନ୍ତି ପ୍ରିୟଙ୍କା । ମିଡିଆ କେବଳ ନିଜର ଟିଆରପି ପାଇଁ ଏସବୁ ମୋ ବିରୋଧରେ ଚଲାଇଛି ବୋଲି କହିଛନ୍ତି । 

ସତ କଣ ଆଜି ଜାଣନ୍ତୁ The Untold Story #priyankasenapati

Posted by Priyanka Senapati on Saturday, July 12, 2025

ତେବେ ଇନଷ୍ଟାଗ୍ରାମ୍ ଓ ୟୁଟ୍ୟୁବରୁ ଜ୍ୟୋତିଙ୍କ ସହ ସମ୍ପର୍କ ହୋଇଥିଲା ବୋଲି ପ୍ରିୟଙ୍କା କହିଛନ୍ତି । ୨୦୨୪ ସେପ୍ଟେମ୍ବରରେ ଜ୍ୟୋତି ପୁରୀ ଆସୁଛନ୍ତି ବୋଲି ମତେ ମେସେଜ ଦେଇଥିଲେ । କହିଲେ ମୁଁ ପୁରୀ ଯାଉଛି ସେଠି ଦେଖା ହବା । ସିଏ ୨ ଦିନ ପୁରୀରେ ଥିଲେ, ମୁଁ ତାଙ୍କୁ ପୁରୀ ଜଗନ୍ନାଥ ମନ୍ଦିର, କୋଣାର୍କ, ଚିଲିକା ବୁଲାଇ ନେଇଥିଲି । ସେ ଏକ କମ୍ପାନୀର ପ୍ରମୋସନ୍ ପାଇଁ ପୁରୀ ଆସିଥିବା ବେଳେ ଘନିଷ୍ଠତା ବଢିଥିଲା । ଯେହେତୁ ମୁଁ ପୁରୀ ଝିଅ ତାଙ୍କ ସହିତ ବୁଲିଥିଲି । ମୋ ପାଇଁ କେହି ଟଙ୍କାଟିଏ ଖର୍ଚ୍ଚ କରିନାହାନ୍ତି, କିନ୍ତୁ ମିଡିଆ ମୋ ବିନା ଅନୁମତିରେ ମୋ ଫଟୋ ନେଇ ନ୍ୟୁଜ ଦେଖାଉଥିଲେ ବୋଲି ଅଭିଯୋଗ କରିଛନ୍ତି ପ୍ରିୟଙ୍କା ସେନାପତି । ଦୁଇମାସ ପରେ କାଶ୍ମୀର ଟ୍ରିପ ଥିଲା । ଆମେ ମିଶିକି କାଶ୍ମୀର ଯାଇଥିଲୁ ବୋଲି କହିଛନ୍ତି ପ୍ରିୟଙ୍କା ।

ତେବେ ମିଡିଆରେ ତାଙ୍କ ବାପାଙ୍କ ରେଷ୍ଟୁରାଣ୍ଟ ଖବରକୁ ନେଇ ପୁଣି ମିଡିଆ ଉପରେ ବର୍ଷିଛନ୍ତି ପ୍ରିୟଙ୍କା । ବାପାଙ୍କ କଷ୍ଟର କଥା କହି ମିଡିଆକୁ ଦୋଷ ଦେଇଛନ୍ତି । ବାପା ଛୋଟ ଗ୍ରୋସରୀ ଦୋକାନରୁ ରେଷ୍ଟୁରାଣ୍ଟ କରିଛନ୍ତି । ସମସ୍ତେ କହିଲେ ଝିଅ ଟଙ୍କାରେ ବାପା ବଡ଼ ବଡ଼ ହୋଟେଲ ଖୋଲିଦେଲା କିନ୍ତୁ କେହି ଆମ ସଂଘର୍ଷ ଦେଖେଇଲେନି, ସବୁ କହିଲେ ବାହାରୁ ଫଣ୍ଡିଂ ଆସୁଥିଲା । 

ପୁରୀ ରଥଯାତ୍ରା ବେଳେ ମାସ୍କ ପିନ୍ଧି ରଥଯାତ୍ରା ଦେଖିବା ନେଇ ମଧ୍ୟ ହୋଇଥିବା ଚର୍ଚ୍ଚା କଥା କହିଛନ୍ତି ପ୍ରିୟଙ୍କା । କହିଲେ- ମୁଁ ଘରୁ ଯେତେବେଳେ ବାହାରୁଛି ଡରି ଡରି ବାହାରୁଛି । ହଜାରେ ଥର ଭାବିବାକୁ ପଡୁଛି କି ମୁଁ ଯଦି ବାହାରକୁ ଯାଉଛି କିଛି ମୋ ସହ ହେବନି ତ ? ମୁଁ ଯଦି ଦେଶଦ୍ରୋହୀ ହେଇଥାନ୍ତି ଆଜି କଣ ଏଇଠି ଥାନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା ।