ବାହାନଗା: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ଗ୍ରାମାଞ୍ଚଳରେ ଦୀର୍ଘଦିନରୁ ରେଳ ଟିକଟ କଳାବଜାରୀ ହୋଇ ବିକ୍ରି ହେଉଥିବାରୁ ସାଧାରଣ ଯାତ୍ରୀ ଶୋଷଣର ଶିକାର ହେଉଥିଲେ। ଏନେଇ ରେଳ ବିଭାଗ କ୍ରାଇମବ୍ରାଞ୍ଚ ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା।

Advertisment

ରେଳ ଟିକଟ ଅସାଧୁ ଉପାୟରେ ବିକ୍ରି କରାଯାଉଥିବା ବେଳେ ଏହାର ସୁଚିନ୍ତିତ ନେଟୱାର୍କ କାମ କରୁଥିଲା ବୋଲି କ୍ରାଇମବ୍ରାଞ୍ଚର ସନ୍ଦେହ ହୋଇଥିଲା। ଏଥିପାଇଁ ଦୀର୍ଘଦିନ ଧରି ରେଳ କ୍ରାଇମବ୍ରାଞ୍ଚ ବାହାନଗା ବ୍ଲକ ଗୋପାଳପୁର ବଜାରରେ ପାନ ଦୋକାନ କରିଥିବା ହୃଷିକେଶ ସାହୁଙ୍କ ଉପରେ ନଜର ରଖିଥିଲା।

publive-image

ଆଜି ଅପରାହ୍ନ ୧.୩୦ରେ ରେଳ କ୍ରାଇମବ୍ରାଞ୍ଚ ଇନ୍‌ସପେକ୍ଟର ସୁରେଶ କୁମାରଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ ହୃଷିକେଶଙ୍କ ପାନ ଦୋକାନରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଦୋକାନରୁ ବିଭିନ୍ନ ଲୋକଙ୍କ ନାମରେ ବୁକିଂ ଥିବା ୨୦ରୁ ଊର୍ଦ୍ଧ ରେଳ ଟିକଟ ଜବତ କରିଛି। କ୍ରାଇମବ୍ରାଞ୍ଚ ପୁଲିସ ହୃଷିକେଶଙ୍କୁ ଗିରଫ କରି ବାଲେଶ୍ୱର ନେଇଥିବାର ଜଣାପଡ଼ିଛି।