ଭୁବନେଶ୍ୱର: ସୁଶାସନ ଉପରେ ଜାତୀୟ ଆଲୋଚନା ଶୃଙ୍ଖଳାର ଅଂଶ ସ୍ୱରୂପ, ପଞ୍ଚଜନ୍ୟ ଭୁବନେଶ୍ୱରର ତାଜ୍‌ଭିଭାନ୍ତରେ ‘ସୁଶାସନ ସମ୍ବାଦ: ଓଡ଼ିଶା କି ଉଡ଼ାନ୍’ ନାମକ ଏକ କାର୍ଯ୍ୟକ୍ରମ ସଫଳ ଭାବେ ଆୟୋଜନ କରିଛି । ଭାରତର ବିକାଶ ଗାଥାରେ ଓଡ଼ିଶାର ଭୂମିକାକୁ ଅଭିବୃଦ୍ଧି କରାଇବା ଉଦ୍ଦେଶ୍ୟରେ ଏକ ବିଶିଷ୍ଟ ଶିଳ୍ପ, ଦକ୍ଷତା, ନବାଚାର ଓ ସାଂସ୍କୃତିକ ଐତିହ୍ୟର ସଂଯୋଗ ମାଧ୍ୟମରେ ଏହି ସମ୍ମିଳନୀ ଆୟୋଜିତ କରାଯାଇଛି।

Advertisment

ଓଡ଼ିଶାର ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ତାଙ୍କର ମୁଖ୍ୟ ଭାଷଣରେ "ସଶକ୍ତ ଓ ଆତ୍ମନିର୍ଭର ଓଡ଼ିଶା" ର ଉଦାହରଣ ଦେଇଥିଲେ। ସେ ଓଡ଼ିଶାକୁ ଏକ ସାମର୍ଥ୍ୟଶୀଳ ରାଜ୍ୟ ଭାବେ ବିବେଚନା କରି, ଯେଉଁଠାରେ ଦକ୍ଷ ମାନବ ସମ୍ବଳ, ସୁଦୃଢ ଭିତ୍ତିଭୂମି ଓ ପ୍ରାଚୀନ ସାଂସ୍କୃତିକ ଐତିହ୍ୟ ଅଛି, ତାହା ଉପରେ ଆଲୋକପାତ କରିଥିଲେ।

ସେ କହିଥିଲେ ଯେ, ଶ୍ରଦ୍ଧାଳୁଙ୍କ ସୁରୁଖୁରୁରେ ଦର୍ଶନ ପାଇଁ ପୁରୀର ଶ୍ରୀଜଗନ୍ନାଥ ମନ୍ଦିରର ସମସ୍ତ ଚାରିଟି ଦ୍ୱାର ଖୋଲିବା ଠାରୁ ଆରମ୍ଭ କରି , ମହିଳା ସଶକ୍ତିକରଣ ପାଇଁ ‘ସୁଭଦ୍ରା ଯୋଜନା’ର ଶୁଭାରମ୍ଭ, ମନ୍ଦିରର ବିକାଶ ପାଇଁ ୫ଶହ କୋଟି କର୍ପସ ଫଣ୍ଡ ଓ ଧାନ ଚାଷୀଙ୍କୁ ପ୍ରତି କ୍ୱିଣ୍ଟାଲ୍‌ ପିଛା ୮୦୦ଟଙ୍କା ବୋନସ୍ ମଞ୍ଜୁରି ଦେବା ପର୍ଯ୍ୟନ୍ତ ଆମେ ପ୍ରତିଟି କ୍ଷେତ୍ରରେ କାମ କରି ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛୁ । ଏହିପରି ଭାବରେ, ପ୍ରାକୃତିକ ସମ୍ପଦକୁ ସାଂସ୍କୃତିକ ଐତିହ୍ୟ ଓ ଆଧୁନିକ ପ୍ରାଣାଳୀ ସହିତ ଏକତ୍ରିତ କରି ଓଡ଼ିଶା ଭାରତର ପ୍ରଗତିରେ ଏକ ନୂତନ ଅଧ୍ୟାୟ ଲେଖୁଛି ।

ଏହି ମଞ୍ଚରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପସ୍ଥିତି ରହି ଶାସନ ଓ ସମାଜିକ ଉନ୍ନତିରେ ମହିଳା ନେତୃତ୍ୱ ଓ ଉଦ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।

ବ୍ଲୁ ଇକୋନାମୀ ଓ ଉପକୂଳ ଅଞ୍ଚଳର ବିକାଶ ବିଷୟରେ ବ୍ୟାପକ ଆଲୋଚନା କରିବା ସନ୍ଦର୍ଭରେ ମହାରାଷ୍ଟ୍ର ରାଜ୍ୟ ସରକାରର କ୍ୟାବିନେଟ୍ ମନ୍ତ୍ରୀ  ନିତେଶ ରାଣେ କହିଥିଲେ ଯେ, ଓଡ଼ିଶା ପରି ଉପକୂଳ ରାଜ୍ୟଗୁଡ଼ିକ ବନ୍ଦର କେନ୍ଦ୍ରିତ ବିକାଶ, ବ୍ୟବସାୟ ଲଜିଷ୍ଟିକ୍ସ ଓ ସ୍ଥାୟୀ ସମୁଦ୍ର ସମ୍ପଦ ବ୍ୟବସ୍ଥାପନ ମାଧ୍ୟମରେ ଆର୍ଥିକ ଉନ୍ନତିର ଏକ ନୂଆ ତରଙ୍ଗ ଦେଖିପାରିବେ । ସେ କହିଥିଲେ, ଉପକୂଳ ରାଜ୍ୟଗୁଡ଼ିକ ହେଉଛି ବିଶ୍ୱକୁ ଭାରତର ପ୍ରବେଶ ଦ୍ୱାର। 

‘ଓଡ଼ିଶା କି ଉଡ଼ାନ୍’ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ପ୍ରଚାରକ  ମୁକୁଳ କାନିଟକର ଓ ପ୍ରଜ୍ଞା ପ୍ରବାହର ଜାତୀୟ ସଂଯୋଜକ  ଜେ. ନନ୍ଦକୁମାର ପ୍ରମୁଖ ଉପସ୍ଥିତ ଥିଲେ। କାନିଟକର ଭାରତୀୟ ଜ୍ଞାନ ପରମ୍ପରା ଓ ତୃଣମୂଳ ନବାଚାର ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ସଂପର୍କରେ ଗଭୀର ଅନ୍ତର୍ଦୃଷ୍ଟି ଦେଇଥିବା ବେଳେ ନନ୍ଦକୁମାର ସୁଶାସନର ସାଂସ୍କୃତିକ ଓ ସଭ୍ୟତାଗତ ଆଧାର ବିଷୟରେ ଅଲୋକପାତ କରିଥିଲେ। 

‘ପଞ୍ଚଜନ୍ୟ’ର ସମ୍ପାଦକ ହିତେଶ ଶଙ୍କର ତାଙ୍କର ଭାଷଣରେ କହିଥିଲେ ଯେ, ପୂର୍ବ ଭାରତର ଉଦୟକୁ ଆଗକୁ ଆଣିବାର ଆବଶ୍ୟକତା ଅଛି। ବିଶେଷ କରି ଓଡ଼ିଶାର ସମ୍ଭାବନାକୁ ଗୁରୁତ୍ୱ ଦେଇ, ଯାହା ଏକ ସାମ୍ପ୍ରତିକ ଓ ଦୃଢ଼ ସୁଶାସନର ଜାତୀୟ ଆଦର୍ଶ ରୂପେ ଉଭା ହୋଇପାରେ। ସେ କହିଥିଲେ ଯେ, ସୁଶାସନ ସମ୍ବାଦ କେବଳ ଏକ ଆଲୋଚନା ମଞ୍ଚ ନୁହେଁ, ବରଂ ଏହା ଏକ ଦୃଢ଼ ସଙ୍କଳ୍ପ ଯାହା ଭାରତର ବିକାଶ ଦୃଷ୍ଟିକୋଣ ଉପରେ ସମ୍ମତି ଓ ସ୍ପଷ୍ଟତା ଗଢ଼ିବା ଉଦ୍ଦେଶ୍ୟରେ ଗଠିତ ହୋଇଛି। 

ସୁଶାସନ ସମ୍ବାଦ ଏକ ମଞ୍ଚ ଭାବେ ଉଦୟ ହୋଇଛି, ଯେଉଁଠି ନୀତି ନିର୍ମାତା, ଚିନ୍ତନଶୀଳ ନେତୃତ୍ୱ ଓ ସାଂସ୍କୃତିକ ପ୍ରତିଷ୍ଠିତ ବ୍ୟକ୍ତିମାନେ ଭାରତର ଭବିଷ୍ୟତ ସୁଶାସନ ବିଷୟରେ ଗଭୀର ଆଲୋଚନା କରିପାରୁଛନ୍ତି। ଏହା ଏକ ଜୀବନ୍ତ ଓଡ଼ିଶାର ସ୍ୱର, ଏକ ଏଭଳି ରାଜ୍ୟ ଯାହା ଗୌରବ, ଦୃଢ଼ ସଙ୍କଳ୍ପ ଓ କାର୍ଯ୍ୟଦକ୍ଷତା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ବିକଶିତ ଭାରତ' ଦୃଷ୍ଟିକୋଣ ସହ ସ୍ୱର ମିଳାଇଛି।

ସୂଚନାଯୋଗ୍ୟ, ପଞ୍ଚଜନ୍ୟ ହେଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଦୃଷ୍ଟିକୋଣରେ ପ୍ରେରିତ ଏକ ଭାରତୀୟ ସାପ୍ତାହିକ ହିନ୍ଦୀ ପତ୍ରିକା। ଏହି ପତ୍ରିକାକୁ ୧୯୪୮ ମସିହାରେ ମକର ସଂକ୍ରାନ୍ତି ଅବସରରେ ଲକ୍ଷ୍ନୌରେ ଦିବଙ୍ଗତ  ଦୀନଦୟାଲ ଉପାଧ୍ୟାୟ ଆରମ୍ଭ କରିଥିଲେ। ଏହାର ପ୍ରଥମ ସମ୍ପାଦକ ଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ  ଅଟଳ ବିହାରୀ ବାଜପେୟୀ। ପଞ୍ଚଜନ୍ୟର ପ୍ରଥମ କଭର୍ ପେଜ୍‌ରେ ଭଗବାନ ଶ୍ରୀକୃଷ୍ଣଙ୍କ ଛବି ଥିଲା, ଯାହାର ଉଦ୍ଦେଶ୍ୟ ଥିଲା ଦେଶଭକ୍ତି ଆଧାରିତ ଆଦର୍ଶବାଦକୁ ଅନୁସରଣ କରି ଭାରତର ସାଂସ୍କୃତିକ ଐତିହ୍ୟକୁ ସମ୍ମାନ ଦେବା। ବର୍ତ୍ତମାନ ପଞ୍ଚଜନ୍ୟର ସମ୍ପାଦକ ହିତେଶ ଶଙ୍କର ଅଛନ୍ତି। ସେ ପୂର୍ବରୁ 'ହିନ୍ଦୁସ୍ଥାନ' ପତ୍ରିକାର ସମ୍ପାଦକ ଥିଲେ। ସେ ଆଇଆଇଏମସିର ନୂତନ କାର୍ଯ୍ୟକାରୀ ପରିଷଦର ସଦସ୍ୟ ମଧ୍ୟ ଅଛନ୍ତି।

 Panchajanya | BJP | RSS