ଦିନ ଦିପହରରେ ସବୁବର୍ଗର ଲୋକଙ୍କୁ ଠକିବା ପ୍ୟାକେଜ୍ : ପଞ୍ଚାନନ କାନୁନ୍‌ଗୋ, ପୂର୍ବତନ ଅର୍ଥମନ୍ତ୍ରୀ

କେବଳ ସାଧାରଣ ବର୍ଗର ଲୋକ ନୁହନ୍ତି କିମ୍ବା ମଧ୍ୟମ ଆୟବର୍ଗର ଲୋକ ନୁହନ୍ତି। ସବୁ ବର୍ଗର ଲୋକଙ୍କୁ ଦିନ ଦିପହରରେ ଠକିବା ଭଳି ଏକ ପାକେଜ୍ ହେଉଛି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା। ଅତୀତରେ ଏଭଳି ପ୍ୟାକେଜ୍ ନଥିଲା କିମ୍ବା ଭବିଷ୍ୟତରେ ମଧ୍ୟ ସେଭଳି ଆସିବାର ମଧ୍ୟ ନାହିଁ। ମୋଟାମୋଟି ଭାବେ ଏହି ପ୍ୟାକେଜ୍‌କୁ ୫ରୁ ୬ଟି ଭାଗରେ ବିଭକ୍ତ କରାଯାଇପାରିବ। ସେଥିରୁ ବଡ଼ ଭାଗଟି ହେଲା ବ୍ୟାଙ୍କ ଋଣ ଓ ଗ୍ୟାରେଣ୍ଟି। ଦ୍ବିତୀୟ ଭାଗଟି ହେଉଛି ପୁରୁଣା ବଜେଟ୍‌ରେ ଘୋଷିତ ଅର୍ଥ। ଏଥିରେ ମନରେଗାର ବ୍ୟୟବରାଦ ବୃଦ୍ଧି କରାଯାଇଛି। ସେହିଭଳି ରିଜର୍ଭ ବ୍ୟାଙ୍କର ୱେଜ୍ ଆଣ୍ଡ ମିନ୍ସ ଓଭରଡ୍ରାଫ୍ଟରେ ରିହାତି। ଅର୍ଥାତ୍ ଇତିମଧ୍ୟରେ ରାଜ୍ୟଗୁଡ଼ିକୁ ଅଧିକ ଋଣ ଓ ଅର୍ଥ ସଂଗ୍ରହ ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ କିଛିଟା ରିହାତି ଦିଆଯାଇଛି। ଏଥିସହିତ କୋଭିଡ-୧୯ ନିୟନ୍ତ୍ରଣ ପାଇଁ ବ୍ୟୟବରାଦ ହୋଇଥିବା ପାଣ୍ଠିରୁ କିଛି ପାଇବ। ସେହିଭଳି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ବା ମନରେଗା ରାଶିକୁ ପ୍ରାୟ ୧ ଲକ୍ଷ ୧୨ ହଜାର କୋଟି ଟଙ୍କା ଦିଆଯାଇଛି। ସେଥିରୁ କିଛି ଅର୍ଥ ମିଳିବ। ମୋଟାମୋଟି ଭାବେ କହିବାକୁ ଗଲେ ଯଦି ଏସବୁ ଯୋଜନା ପ୍ରକୃତରେ କାମକରେ ତାହେଲେ ଓଡ଼ିଶା କିଛି ଅର୍ଥ ପାଇବ, ନଚେତ ନାହିଁ। ଅନ୍ୟ ସବୁ ବ୍ୟାଙ୍କ ଗ୍ୟାରେଣ୍ଟି ଓ ଋଣ।

ସମ୍ବନ୍ଧିତ ଖବର