ସୁନ୍ଦରଗଡ଼ରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ:୧୦ ଲକ୍ଷ ୮୪ ହଜାର ୬୫୨ ଭୋଟର ବାଛିବେ ପ୍ରତିନିଧି

ସୁନ୍ଦରଗଡ଼: ଆଜି ରାଜ୍ୟ ନିର୍ବାଚନ ଆୟୁକ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ରାଜନୈତିକ ଉଷ୍ମତା ବଢିଯାଇଛି। ଜିଲ୍ଲାର ୧୦ ଲକ୍ଷ ୮୪ ହଜାର ୬୫୨ ଭୋଟର ୩୫ ଜିଲ୍ଲାପରିଷଦ, ୨୭୯ ସରପଞ୍ଚ, ସମିତିସଭ୍ୟ ଓ ୩୬୨୩ ୱାର୍ଡସଭ୍ୟଙ୍କୁ ଵାଛିଵେ। ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଫେବ୍ରୁଆରି ୧୬ ତାରିଖରେ ଜିଲ୍ଲାର ବଡ଼ଗାଁ, କୁଆରମୁଣ୍ଡା, ଲାଠିକଟା, ବଣାଇଁଗଡ଼ ବ୍ଲକରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅୟୋଜିତ ହେଵ। ଏଥିରେ ୯ଟି ଜିଲ୍ଲା ପରିଷଦ, ୬୬ ସରପଞ୍ଚ ଓ ସମିତିସଭ୍ୟ ୮୭୩ ୱାର୍ଡସଭ୍ୟଙ୍କ ପାଇଁ ମତଦାନ ହେଵ। ପ୍ରଥମ ପର୍ଯ୍ୟାୟରେ ୨୮୧୦୬୯ ଭୋଟର ମତଦାନ କରିଵେ।

ଗୋଟିଏ ଦିନର ବ୍ୟବଧାନ ପରେ ୧୮ ତାରିଖରେ ହେଵ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ ସଵଡେଗା, କୁତ୍ରା, ନୂଆଗାଁ, ବିଶ୍ରା ବ୍ଲକର ୮ଟି ଜିଲ୍ଲା ପରିଷଦ, ୬୪ ସରପଞ୍ଚ ଓ ସମିତିସଭ୍ୟ୧୨୭ ୱାର୍ଡସଭ୍ୟଙ୍କୁ ୨୫୩୮୧୧ ଭୋଟର ନିର୍ଵାଚିତ କରିବେ। ୨୦ରେ ହେଵାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବାଲିଶଙ୍କରା, ରାଜଗାଙ୍ଗପୁର, କୋଇଡା ବ୍ଲକର ୨୦୧୬୦୭ ଭୋଟର ୬ ଜିଲ୍ଲା ପରିଷଦ, ୫୪ ସରପଞ୍ଚ ଓ ସମିତିସଭ୍ୟ, ୭୦୪ ୱାର୍ଡସଭ୍ୟଙ୍କ ପାଇଁ ମତଦାନ କରିଵେ। ୨୨ରେ ଚତୁର୍ଥ ପର୍ଯ୍ୟାୟ ନିର୍ଵାଚନ ଲେଫ୍ରିପଡା, ହେମଗିର, ଲହୁଣିପଡାରେ ଆୟୋଜିତ ହେଵ। ଏହି ପର୍ଯ୍ୟାୟରେ ୬ ଜିଲ୍ଲା ପରିଷଦ, ୫୩ ସରପଞ୍ଚ ଓ ସମିତିସଭ୍ୟ, ୬୭୪ ୱାର୍ଡସଭ୍ୟଙ୍କୁ ବାଛିଵେ ୧୯୪୮୩୫ ଭୋଟର୍।

ଶେଷ ଅର୍ଥାତ ଫେବ୍ରୁଆରି୨୪ରେ ପଞ୍ଚମ ପର୍ଯ୍ୟାୟ ମତଦାନ ସୁନ୍ଦରଗଡ଼ ସଦର, ଟାଙ୍ଗରପାଲି ଓ ଗୁରୁଣ୍ଡିଆ ବ୍ଲକରେ ଆୟୋଜିତ ହେଵ। ଏଥିରେ ୬ ଜିଲ୍ଲା ପରିଷଦ, ୪୨ ସରପଞ୍ଚ ଓ ସମିତିସଭ୍ୟ, ୫୫୦ ୱାର୍ଡସଭ୍ୟଙ୍କ ପାଇଁ ୧୫୩୩୩୦ ଭୋଟର୍ ମତଦାନ କରିବେ। ତାରିଖ ଘୋଷଣା ପରେ ରାଜନୈତିକ ଦଳ ଓ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ଭିତରେ ତତ୍ପରତା ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରିଦେଇଛନ୍ତି।

ସମ୍ବନ୍ଧିତ ଖବର