ନୂଆପଡ଼ା: ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ, ମାଓପ୍ରବଣ ଅଞ୍ଚଳରେ ୮୧ ପ୍ରତିଶତ ମତଦାନ

ନୂଆପଡ଼ା ବ୍ଲକ୍‌: ପ୍ରଥମ ପର୍ଯ୍ୟାୟରେ ୭୬.୫୪ ପ୍ରତିଶତ ମତଦାନ

ନୂଆପଡ଼ା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ହୋଇଥିବା ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ନୂଆପଡ଼ା ବ୍ଲକ୍‌ରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏହା ମାଓପ୍ରବଣ ବ୍ଲକ୍‌ ହୋଇଥିଲେ ହେଁ ଚଳିତ ନିର୍ବାଚନରେ ମତଦାନ ପ୍ରତିଶତ ଅଧିକ ହୋଇଥିବା ଦେଖିବାକୁ ମିଳିଛି। ନୂଆପଡ଼ା ବ୍ଲକ୍‌ର ୩୬୬ଟି ବୁଥରେ ଭୋଟ ଗ୍ରହଣରେ କୌଣସି ଅସୁବିଧା ହୋଇ ନଥିବା ବେଳେ ମାଓପ୍ରବଣ ଭରୁଆମୁଣ୍ଡା ବୁଥରେ ଜଣେ ଜାଲ୍‌ ଭୋଟ୍‌ ଦେଇଥିବା ଅଭିଯୋଗ ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ମାଜି‌ଷ୍ଟ୍ରେଟ୍ ଓ ପୁଲିସ ପହଞ୍ଚି ଘଟଣାର ସମାଧାନ କରିଥିବା ଜଣାପଡ଼ଛି।

ବ୍ଲକ୍‌ରେ ପ୍ରଥମ ପାର୍ଯ୍ୟାୟରେ ୭୬.୪୫ ପ୍ରତିଶତ ମତଦାନ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ତେବେ ମାଓପ୍ରବଣ ବୁଥ୍‌ମାନଙ୍କୁ ୮୧ ପ୍ରତିଶତ ମତଦାନ ହୋଇଥିବାରୁ ଜିଲ୍ଲା ପ୍ରଶାସନ ପାଇଁ ଏକ  ସଫଳତା   ବୋଲି ଚର୍ଚ୍ଚା ହେଉଛି। ୩୬୬ ବୁଥ୍‌ରେ ମୋଟ ୯୮୮୪୦ ଭୋଟର ରହିଥିବା ବେଳେ ୩୭୩୨୪ ପୁରୁଷ ଓ ୩୮୩୩୨ ମହିଳା ଭୋଟ୍‌ରଙ୍କୁ ମିଶାଇ ମୋଟ ୭୫୬୫୬ ଜଣ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ମାଓ ପ୍ରବଣ ଭରୁଆମୁଣ୍ଡା, ଚୁଲାଭାଟ, ଧରମବନ୍ଧା ପଞ୍ଚାୟତରେ ଶାନ୍ତିଶୃଙ୍ଖଳାର ସହ ଭୋଟ ଗ୍ରହଣ ସରିବା ପରେ ପୋଲିଂ ପାର୍ଟି ସୁରକ୍ଷିତ ଫେରି ଆସିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର