କୋରାପୁଟ: ଆନ୍ଧ୍ରପ୍ରଦେଶରେ ପଞ୍ଚାୟତ ନିର୍ବାଚନ ସ୍ଥଗିତ କରିବା ଲାଗି ଆନ୍ଧ୍ର ହାଇକୋର୍ଟ ଆଦେଶ ଦେଇଛନ୍ତି। ନିର୍ବାଚନ ସ୍ଥଗିତ ହେବା ସଂକ୍ରାନ୍ତରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ବିଜ୍ଞପ୍ତି ଓ ନିର୍ବାଚନ ମଧ୍ୟରେ ସ୍ବଳ୍ପ ବ୍ୟବଧାନ ଥିବାରୁ ଏହାକୁ ସ୍ଥଗିତ କରାଯାଇଛି। ଆସନ୍ତା ୮ ତାରିଖରେ ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ହେବାର ଥିଲା। ଏହି କ୍ରମରେ ବିବାଦୀୟ କୋଟିଆରେ ମଧ୍ୟ ଆନ୍ଧ୍ରପ୍ରଦେଶ ନିର୍ବାଚନ କରିବାକୁ ଯୋଜନା କରିଥିଲା। ଗତ ୧ତାରିଖ ଦିନ ସାଲୁର ବ୍ଲକ୍ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
/sambad/media/post_attachments/wp-content/uploads/2021/02/kotia-1-e1614523914956.jpg)
ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶରେ ଆସନ୍ତା ୮ ତାରିଖରେ ପଂଚାୟତ ସମିତି ଓ ଜିଲ୍ଲା ପରିଷଦ ଲାଗି ନିର୍ବାଚନ ହେବାର ଥିଲା। ମତଦାନର ଦିନକ ପରେ ଅର୍ଥାତ ଚଳିତ ମାସ ୧୦ ତାରିଖରେ ଭୋଟ୍ ଗଣତି ଲାଗି ଦିନ ଧାର୍ଯ୍ୟ ହୋଇଥିଲା । ନିର୍ବାଚନ ୮ ତାରିଖରେ ହେବାକୁ ଥିବା ବେଳେ ୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତିର ମାତ୍ର ୮ ଦିନ ପରେ ଭୋଟ ହେଉଥିବାରୁ ଏହାକୁ ରାଜନୈତିକ ଦଳମାନେ ବିରୋଧ କରିଥିଲେ। ତେଲୁଗୁ ଦେଶମ୍ ପାର୍ଟି ଓ ଭାରତୀୟ ଜନତା ପାର୍ଟି ସରକାରୀ ବିଜ୍ଞପ୍ତିକୁ ଚାଲେଞ୍ଜ କରିଥିଲେ। ଏ ନେଇ ବିରୋଧୀ ଦଳର ନେତାମାନେ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ବିଚାର କରି ହାଇକୋର୍ଟ ନିର୍ବାଚନ ଉପରେ ସ୍ଥଗିତାଦେଶ ଦେଇଛନ୍ତି। ଆନ୍ଧ୍ରପ୍ରଦେଶରେ ନିର୍ବାଚନ ସ୍ଥଗିତ ହେବା ପରେ କୋରାପୁଟ ଜିଲ୍ଲାର ବିବାଦୀୟ କୋଟିିଆରେ ମଧ୍ୟ ନିର୍ବାଚନ ବନ୍ଦ ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Andhra-High-Court.jpg)