ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି: ସର୍ବଦଳୀୟ ବୈଠକ ୬ରେ

ଭୁବନେଶ୍ବର: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପାଇଁ ନିର୍ବାଚନ କମିସନ୍ ପ୍ରସ୍ତୁତି ଜାରି ରଖିଛନ୍ତି। ଏଥିପାଇଁ ଆସନ୍ତା ୬ ତାରିଖ ପୂର୍ବାହ୍ନରେ କମିସନ୍ ସର୍ବଦଳୀୟ ବୈଠକ ଡାକିଛନ୍ତି। ଆଜି ଏ ସମ୍ପର୍କରେ କମିସନ୍‌ଙ୍କ ସଚିବ ସବୁ ରାଜନୈତିକ ଦଳକୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। ରାଜନୈତିକ ଦଳଗୁଡ଼ିକର ସଭାପତି/ସମ୍ପାଦକ କିମ୍ବା ଦଳ ତରଫରୁ ପ୍ରତିନିଧିମାନେ ବୈଠକରେ ଯୋଗ ଦେଇପାରିବେ। କୋଭିଡ୍‌ କଟକଣା ଦୃଷ୍ଟିରୁ ପ୍ରତ୍ୟେକ ଦଳର ଜଣେ କିମ୍ବା ଦୁଇ ଜଣ ପ୍ରତିନିଧି ବୈଠକରେ ଯୋଗ ଦେବା ପାଇଁ କୁହାଯାଇଛି। ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟକାଳ ୨୦୨୨ ମା‌ର୍ଚ୍ଚ ମାସ ଦ୍ବିତୀୟ ସପ୍ତାହ ସୁଦ୍ଧା ଶେଷ ହେବ। ନିୟମାନୁସାରେ କାର୍ଯ୍ୟକାଳ ୫ ବର୍ଷ ଶେଷ ହେବା ପୂର୍ବରୁ ସାଧାରଣ ନିର୍ବାଚନ ହେବା ଆବଶ୍ୟକ। ଠିକ୍ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ନିର୍ବାଚନ କମିସନ୍ ସବୁ ରାଜନୈତିକ ଦଳର ବୈଠକ ଡାକି ବିଚାରବିମର୍ଶ କରିବେ।

ସମ୍ବନ୍ଧିତ ଖବର