ପଞ୍ଚାୟତ ନିର୍ବାଚନ: କେମିତି ପ୍ରଚାର କରିବେ ପ୍ରାର୍ଥୀ, ଲାଗିଛି କି କି କଟକଣା?

ଭୁବନେଶ୍ୱର: ଆଜି ରାଜ୍ୟ ନିର୍ବାଚନ କମିସନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ୫ଟି ପର୍ଯ୍ୟାୟରେ ହେବ ପଞ୍ଚାୟତ ନିର୍ବାଚନ । କୋଭିଡ୍ କଟକଣାରେ ହେବ ପଞ୍ଚାୟତ ନିର୍ବାଚନ। ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିଲେ ଦଣ୍ଡିତ ହେବେ। ବିନା ରାଲି ଓ ବିନା ରୋଡ୍ ସୋ’ରେ ହେବ ପଞ୍ଚାୟତ ନିର୍ବାଚନ । କୌଣସି ରାଲିକୁ ଅନୁମତି ମିଳିବ ନାହିଁ । ନିର୍ବାଚନୀ ସଭା ମଧ୍ୟ କରି ହେବ ନାହିଁ। ଭର୍ଚୁଆଲ ଓ ଡିଜିଟାଲ ପ୍ଲାଟଫର୍ମରେ ପ୍ରାର୍ଥୀ ପ୍ରଚାର କରିବେ।

ବିଜୟ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଲାଗିଛି। ୫ ଜଣଙ୍କୁକୁ ନେଇ ପ୍ରାର୍ଥୀ ଘରକୁ ଘର ଯାଇ ପ୍ରଚାର କରିପାରିବେ। ଟିକା ଓ ନେଗେଟିଭ ରିପୋର୍ଟ ଥିଲେ ହିଁ ଭୋଟ ଦାନ କେନ୍ଦ୍ରକୁ ପ୍ରବେଶ ଅନୁମତି ମିଳିବ। କଟକଣା ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ କୋଭିଡ ପଜିଟିଭ ଚିହ୍ନଟ ଲୋକେ ଶେଷ ଘଣ୍ଟାକ ଭିତରେ ମନଦାନ ଅଧିକାର ସାବ୍ୟସ୍ତ କରିପାରିବେ। ପରିସ୍ଥିତି ସୁଧୁରିଲେ କଟକଣା କୋହଳ ହୋଇପାରେ ବୋଲି ନିର୍ବାଚନ କମିସନ କହିଛନ୍ତି ।

ସମ୍ବନ୍ଧିତ ଖବର