ମାଲକାନଗିରି: ଆଦିବାସୀଗଡ଼ର ପର୍ଯ୍ୟଟନ ସ୍ଥଳୀ । ପ୍ରାକୃତିକ ସୌନ୍ଦର୍ଯ୍ୟକୁ କୃତ୍ରିମ ରୂପ । ବର୍ଷ ବର୍ଷ ଧରି ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ଥିଲା । ରକ୍ଷଣାବେକ୍ଷଣ ଅଭାବରୁ ଧିରେ ଧିରେ ଲୁଚି ଯାଉଥିଲା । ଏବେ କିନ୍ତୁ ବଦଳିଯାଇଛି ପରିବେଶ । ପ୍ରାକୃତିକ ସୌନ୍ଦର୍ଯ୍ୟର ରୂପ ବଦଳାଇ ନୂଆ ପରିଚୟ ଦେଇଛି ପଂଚାୟତ ।
ପ୍ରାକୃତିକ ପରିବେଶର ଅପରୂପ ସୌନ୍ଦର୍ଯ୍ୟ । ମାଥିଲି ପଂଚାୟତ ଅନ୍ତର୍ଗତ ଗାଙ୍ଗରାଜଗୁମ୍ମା ଗାଁରେ ପାହାଡ ଚିରି ଇକୋ ଟୁରିଷ୍ଟ ପ୍ଲେସ୍ କରିଛି ପଂଚାୟତ । ମାଥିଲି ପିଇଓ ଅଶୋକ ମହାରଣାଙ୍କ ଉଦ୍ୟମରେ ଏହି ପର୍ଯ୍ୟଟନ ସ୍ଥଳୀକୁ ନୂଆ ରୂପ ଦିଆଯାଇଛି । ମାଥିଲି ସଦର ଠାରୁ ୫ କିଲୋମିଟର ଦୂରରେ ରହିଛି ଗାଙ୍ଗରାଜଗୁମ୍ମା ପର୍ଯ୍ୟଟନ ସ୍ଥଳୀ । ପାହାଡ଼ ଉପରେ ବଣଭୋଜି କରିବାକୁ ସବୁ ପ୍ରକାର ବ୍ୟବସ୍ଥା କରିଛି ମାଥିଲି ପଂଚାୟତ । ଏବେ ପାହାଡ ଉପରେ ଭିଡ ଲଗାଇଛନ୍ତି ପ୍ରକୃତି ପ୍ରେମୀ ଓ ପର୍ଯ୍ୟଟକ । ଆଗକୁ ନୂଆବର୍ଷ ଥିବାରୁ ଗାଙ୍ଗରାଜଗୁମ୍ମା ଇକୋ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢିବ ବୋଲି ଆଶା କରାଯାଉଛି ।
/sambad/media/post_attachments/wp-content/uploads/2021/12/b4618b65-5126-4aca-8165-b94bc99f3c8f-1024x768.jpg)
ପର୍ଯ୍ୟଟନ ସ୍ଥଳୀର ମନଲୋଭା ପରିବେଶରେ ବାଉଁଶ ପୋଲ ସାଙ୍ଗକୁ ଜଳ ପ୍ରପାତର ମଜା ନେଉଛନ୍ତି ପର୍ଯ୍ୟଟକ । ଗାଙ୍ଗରାଗୁମ୍ମା ଇକୋ ପର୍ଯ୍ୟଟନ ସ୍ଥଳିକୁ ନିଆରା କରିବାର ଉଦ୍ୟମ ଏବେ ବି ଚାଲିଛି । ପ୍ରାଥମିକ ଭାବେ ମାଥିଲି ପଂଚାୟତ ତରଫରୁ ଗମନାଗମନ ସହ ପର୍ଯ୍ୟଟକଙ୍କ ପାଇଁ ମୌଳିକ ସୁବିଧା ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଉଛି । ପଥର ଉପରେ ବନ୍ୟପ୍ରାଣୀଙ୍କ ଆକର୍ଷଣୀୟ ଚିତ୍ର ଅଙ୍କା ଯାଇଛି। ଏହି କାର୍ଯ୍ୟ ପାଇଁ ପଂଚାୟତ ପିଇଓଙ୍କୁ ପ୍ରଶଂସା କରିଛନ୍ତି ମାଥିଲି ବିଡିଓ ।
/sambad/media/post_attachments/wp-content/uploads/2021/12/c61307af-c8f1-4905-a64e-187cfa462cfe-768x1024.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/21d28af8-a180-4922-a162-c16444569b41.jpg)