ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦର ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରାର ଆରମ୍ଭ ହୋଇଛି। ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର କୁମାର ସିଂହଦେଓ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସିଆର୍ସିସି ତପନ ଭୋଇ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା, ଡିଇଓ ସୁଶାନ୍ତ ଚୋପଦାର, ଡିଆଇପିଆର୍ଓ ମନୋଜ ବେହେରା, ବିଡିଓ ଜିତେନ୍ଦ୍ର ମିଶ୍ର, ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ପରୀକ୍ଷିତ ନାୟକ, ସରପଞ୍ଚ ଦର୍ଶନ ମାଝୀ, ସମିତିସଭ୍ୟ ରୂପେନ୍ଦ୍ର ଛତ୍ରିଆ ପ୍ରମୁଖ ମଞ୍ଚାସୀନ ଥିଲେ। ସଭା ପୂର୍ବରୁ କଳାହାଣ୍ଡି ଉତ୍ସବର ଲୋଗୋ ଓ ବ୍ୟାନର ଉନ୍ମୋଚନ ହୋଇଥିଲା।
ଏହି ଅବସରରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ନିରୋଧ କ୍ଷୁଦ୍ର ନାଟକ, ମନରେଗା ସଚେତନତା ନାଟକ, ଘୁମୁରା, ଢାପ୍, ଦେଶାତ୍ମବୋଧକ ସଙ୍ଗୀତ, ବେନଗାଁ ଡ୍ୟାନ୍ସ ଗ୍ରୁପ୍ କଳା ପରିବେଷଣ କରିଥିଲେ। ପରେ ଅତିଥିମାନେ ମିସନ ଶକ୍ତି, କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର, ମିସନ ସୂର୍ଯ୍ୟୋଦୟ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ଉପରେ ଲାଗିଥିବା ଷ୍ଟଲ ପରିଦର୍ଶନ କରିଥିଲେ। ସଭାରେ କଳାହାଣ୍ଡି ଉତ୍ସବ ପ୍ରଚାର ଓ ବିଜ୍ଞପ୍ତି ଉପକମିଟି ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସଭ୍ୟ, ଗଣମାଧ୍ୟମ ପ୍ରତିନିଧି, ପଞ୍ଚାୟତବାସୀ, ଭଟାଂପଦର୍ ସ୍କୁଲ ଛାତ୍ରଛାତ୍ରୀ, ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଉପସ୍ଥିତ ଥିଲେ।