ପୂଜାରିପୁଟରେ ପଞ୍ଚାୟତସ୍ତରୀୟ ଜନ ଶୁଣାଣି ଓ ସଚେତନତା ଶିବିର

ଜୟପୁର: ଜୟପୁର ବ୍ଲକର ପୁଜାରୀପୁଟଠାରେ ରାଜ୍ୟ ସରକାରଙ୍କ ୫ଟି ଯୋଜନା ଅନୁଯାୟୀ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ  ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ପଂଚାୟତର ବିଭିନ୍ନ ଗ୍ରାମାଂଚଳର ଲୋକେ ବିଭିନ୍ନ ସମସ୍ୟା, ଆପତ୍ତି, ଅଭିଯୋଗ, ଆବଶ୍ୟକତା ଓ ସମସ୍ୟା ଗୁଡିକ ସଂପର୍କରେ ପ୍ରଶାସନକୁ ଅବଗତ କରିଥିଲେ। କିଛି ସମସ୍ୟା ତୁରନ୍ତ ସମାଧାନ କରିବାକୁ ବ୍ଲକ ପ୍ରଶାସନ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଲୋକଙ୍କ ସମସ୍ୟା ସଂପର୍କରେ ଅବଗତ କରାଯାଇଥିଲା। କିଛି ବିଭାଗୀୟ ଅଧିକାରୀଙ୍କ ସହ ଗ୍ରାମବାସୀ, ହିତାଧିକାରୀମାନଙ୍କ ସହ  ସିଧାସଳଖ ଆଲୋଚନା କରିଥିଲେ।

ଶିବିରରେ ବିଡିଓ ରାଜୀବ ଦାସ ,  ଏବିଡିଓ ମନୋଜ କୁମାର ନାୟକ, ବିଏସଏସଓ କେଏସ୍ ନିଶା ନାୟର, ଗ୍ରାମ୍ୟ ପାନୀୟ ଜଳଯୋଗାଣ କନିଷ୍ଠ ଯନ୍ତ୍ରୀ ରଂଜିତା ପଣ୍ଡା, ଜୀବିକା ମିଶନର ନମିତା ତ୍ରିପାଠୀ, ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ରଜନୀ କାନ୍ତ ନାୟକ,  ପିଇଓ ପ୍ରଶାନ୍ତ କୁମାର ମିଶ୍ର, ସରପଂଚ କିଶୋରୀ ନାୟକ, ସମିତିସଭ୍ୟ ଶିବପେଣ୍ଟିଆଙ୍କ ସମେତ  ଶିକ୍ଷା, ସ୍ବାସ୍ଥ୍ୟ, ପ୍ରାଣୀଧନ, କୃଷି, ଜଳସେଚନ, ରାଜସ୍ବ ଆଦି ବିଭାଗର ଅଧିକାରୀ, ଆଶା ଓ ଅଙ୍ଗନୱାଡୀ କର୍ମୀ ଆଦି ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର