ରାଉରକେଲା/ନୂଆଗାଁ : ବଡବଡିଆଙ୍କୁ ପଞ୍ଚାୟତ ଦୋକାନ ଗୃହ ଆବଣ୍ଟନ ସମ୍ପର୍କିତ ଖବର ଦୈନିକ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ। ପୂର୍ବରୁ ବଣ୍ଟନ ହୋଇଥିବା ଦୋକାନଗୃହଗୁଡିକୁ ବାତିଲ କରିବାକୁ ସୋରଡା ସରପଞ୍ଚଙ୍କୁ ଚିଠି ଲେଖିଛନ୍ତି। ସରକାରଙ୍କ ନୀତିନିୟମ ଅନୁଯାୟୀ ପୁନଃ ବିଜ୍ଞପ୍ତି ପ୍ରକାଶ କରି ଦୋକାନଗୁଡ଼ିକୁ ଆବଣ୍ଟନ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ଆସନ୍ତା ୧୦ ଦିନ ମଧ୍ୟରେ ଏହି ପକ୍ରିୟା ସାରିବାକୁ ସରପଞ୍ଚଙ୍କୁ କୁହାଯାଇଛି। ନୂଆଗାଁ ବିଡିଓ ତୃପ୍ତି ବରେଇ, ସୋରଡା ଗ୍ରାମ ପଞ୍ଚାୟତ ଅଧିକାରୀ ପ୍ରଶାନ୍ତ କୁମାର ସିହ୍ନାଙ୍କ ହସ୍ତକ୍ଷେପ ପରେ ଏଭଳି ବେଆଇନ କାମର ପୂର୍ଣ୍ଣଚ୍ଛେଦ ପଡିଛି।
/sambad/media/post_attachments/wp-content/uploads/2021/07/45422320-4222-409e-bd55-0c67faed0a5c-1.jpg)
ଉଲ୍ଲେଖଯୋଗ୍ୟ, ସୋରଡା ପଞ୍ଚାୟତ ରାଜସ୍ବ ବୃଦ୍ଧି ପାଇଁ ୨୦୦୩ରେ ୧୨ଟି ଓ ୨୦୧୮-୧୯ରେ ୩ଟି ଏମିତି ମୋଟ ୧୮ଟି ଦୋକାନ ଗୃହ ନିର୍ମାଣ କରାଯାଇଛି। ଏ ବାବଦରେ ବିଭିନ୍ନ ପାଣ୍ଠିରୁ ପ୍ରାୟ ୪୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ନିର୍ମାଣ ହୋଇଥିବା ଦୋକାନଗୁଡ଼ିକୁ ଆବଶ୍ୟକ ଥିବା ଗରିବ ଶ୍ରେଣୀର ଲୋକଙ୍କୁ ଦେବାର ଆବଶ୍ୟକତା ରହିଛି। ଯାହା ସୋରଡା ପଞ୍ଚାୟତରେ କରାଯାଇ ନଥିଲା। ଥିଲାବାଲାଙ୍କ ଠାରୁ ମୋଟା ଅଙ୍କର ହାତଗୁଞ୍ଜା ନେଇ ସେମାନଙ୍କୁ ଦୋକାନ ଗୃହଗୁଡ଼ିକ ଟେକି ଦିଆଯାଇଥିଲା। ଏମାନଙ୍କ ମଧ୍ୟରେ ଅଛନ୍ତି ସ୍ଥାନୀୟ ଅଞ୍ଚଳର ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ଓ ପଞ୍ଚାୟତ ସମିତିର ଅଧ୍ୟକ୍ଷ। ପ୍ରତ୍ୟେକଙ୍କ ଠାରୁ ୨୦ରୁ ୩୦ ହଜାର ଟଙ୍କା କରି ନିଆଯାଇଥିବା ଭଳି ସାଂଘାତିକ ଅଭିଯୋଗ ହୋଇଥିଲା। ବିନା ନୋଟିସ୍, ବିନା ଗ୍ରାମସଭାରେ କାହାକୁ କିଛି ନ କହି ସରପଞ୍ଚ କିଛି ଥିଲାବାଲା ଲୋକଙ୍କୁ ବାଣ୍ଟି ଦେଇଛନ୍ତି ବୋଲି ସ୍ଥାନୀୟ ଲୋକ ଗୁରୁତର ଅଭିଯୋଗ କରିଥିଲେ। କାର୍ଯ୍ୟାନୁଷ୍ଠାନ ପାଇଁ ନୂଆଗାଁ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/rkl-panchayat-dokan.jpg)