ପ୍ରଥମ ପର୍ଯ୍ୟାୟରେ ୭୭.୨% ମତଦାନ; ବୌଦ୍ଧରେ ସର୍ବାଧିକ, ଗଞ୍ଜାମରେ ସର୍ବନିମ୍ନ

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିବାବେଳେ ଏଥର ରେକର୍ଡ ସଂଖ୍ୟକ ମତଦାନ ହୋଇଛି। ବୁଧବାର ୭୭.୨% ଲୋକ ମତଦାନ କରିଛନ୍ତି। ଯେତେବେଳେ କି ୨୦୧୭ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୬.୬୫% ମତଦାନ ହୋଇଥିଲା। ଗତ ନିର୍ବାଚନରେ ମତଦାନ ହାର ପର୍ଯ୍ୟାୟ ଅନୁଯାୟୀ ବଢ଼ିଥିବାବେଳେ ଏଥର ବି ସେହି ଧାରା ବଜାୟ ରହିବାର ସମ୍ଭାବନା ଅଛି ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି।

ପ୍ରଥମ ପର୍ଯ୍ୟାୟରେ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୮୪.୭% ମତଦାନ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ସବୁଠୁ କମ୍‌ ୬୪.୯୬% ମତଦାନ ହୋଇଛି। ସେହିପରି ଅନୁଗୁଳରେ ୮୨.୬%, ବାଲେଶ୍ବରରେ ୭୬.୫୮%, ବଲାଙ୍ଗୀରରେ ୭୦.୨୪%, ବରଗଡ଼ରେ ୭୯.୩୭%, ଭଦ୍ରକରେ ୭୬.୫%, କଟକରେ ୭୬.୮୭%, ଦେବଗଡ଼ରେ ୮୩.୭୫%, ଢେଙ୍କାନାଳରେ ୭୮.୯୪%, ଗଜପତିରେ ୭୯.୫୭%, ଜଗତସିଂହପୁରରେ ୭୭.୫୭%, ଯାଜପୁରରେ ୭୪.୫%, ଝାରସୁଗୁଡ଼ାରେ ୮୨.୧%, କଳାହାଣ୍ଡିରେ ୮୧.୧୨%, କନ୍ଧମାଳରେ ୭୬.୩୩%, କେନ୍ଦ୍ରାପଡ଼ାରେ ୭୧.୭୬%, କେନ୍ଦୁଝରରେ ୭୮.୪୩%, ଖୋର୍ଦ୍ଧାରେ ୭୧%, କୋରାପୁଟରେ ୮୦.୨%, ମାଲକାନଗିରିରେ ୭୭.୮୬%, ମୟୂରଭଞ୍ଜରେ ୭୮.୪୨%, ନବରଙ୍ଗପୁରରେ ୮୦.୫୪%, ନୟାଗଡ଼ରେ ୭୩.୬୩%, ନୂଆପଡ଼ାରେ ୭୫.୫୭%, ପୁରୀରେ ୭୬.୩୨%, ରାୟଗଡ଼ାରେ ୭୬.୯୫%, ସମ୍ବଲପୁରରେ ୭୭.୨୫%, ସୁବର୍ଣ୍ଣପୁରରେ ୮୧.୫୬%, ସୁନ୍ଦରଗଡ଼ରେ ୭୨.୬୯% ମତଦାନ ହୋଇଛି।

ସମ୍ବନ୍ଧିତ ଖବର