ଭୁବନେଶ୍ବର: ରାଜ୍ୟରେ ତ୍ରିସ୍ତରୀୟ ନିର୍ବାଚନ ସରି ଯାଇଥିବାବେଳେ ତିନିଦିନ ହେଲା ଭୋଟ ଗଣତି ଜାରି ରହିଛି। ସୋମବାର ଥିଲା ଗଣତିର ତୃତୀୟ ତଥା ଶେଷ ଦିନ। ମଙ୍ଗଳବାର ତଥା ବର୍ତ୍ତମାନ ବି ଶେଷ ପର୍ଯ୍ୟାୟ ଗଣତି ଜାରି ରହିଛି। ସକାଳ ୬ଟା ୪୫ ସୁଦ୍ଧା ଫଳାଫଳରୁ ଜଣାପଡିଛି ଯେ, ରାଜ୍ୟରେ ନିର୍ବାଚନ ହୋଇଥିବା ୮୫୧ ଜିଲ୍ଲା ପରିଷଦ ଜୋନରୁ ପ୍ରାୟ ଜୋନର ଫଳାଫଳ ଘୋଷିତ ହୋଇଛି। ସେଥିରୁ ୭୬୫ ଜିଲ୍ଲା ପରିଷଦ ଜୋନରେ ବିଜୟୀ/ଆଗୁଆ ରହିଛି। ବିଜେପି ୪୨ ଜୋନରେ ବିଜୟୀ/ଆଗୁଆ ହୋଇଛି। କଂଗ୍ରେସ ବି ୩୭ ଜୋନରେ ବିଜୟୀ/ଆଗୁଆ ରହିଛି।
କଂଗ୍ରେସଠାରୁ ଆଉ ୭ ଆସନ ଅଧିକ ପାଇ ବିଜେପି ଦ୍ବିତୀୟ ସ୍ଥାନକୁ ଉଠିଛି। ଏଥି ସହିତ ସ୍ବାଧୀନ ପ୍ରାର୍ଥୀ ୩ଟି ଆସନ ପାଇଥିବାବେଳେ ଅନ୍ୟମାନେ ୪ଟି ଆସନ ପାଇଛନ୍ତି। ଗତ ନିର୍ବାଚନରେ ବିଜେପି ଯେତିକି ଆସନ ପାଇଥିଲା ଚଳିତ ନିର୍ବାଚନରେ ବହୁ ଆସନ ହରାଇବାକୁ ପଡିଛି। ତେବେ କାହିଁକି ଏଭଳି ହୋଇଛି ଦଳ ପକ୍ଷରୁ ସମୀକ୍ଷା କରାଯାଉଥିବାବେଳେ କଂଗ୍ରେସରେ ଏନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ରାଜନୈତିକ ମହଲରୁ ଜଣାପଡିଛି।