ପଂଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର

ଜୟପୁର: ଜୟପୁର ବ୍ଲକର ଗଡପଦରଠାରେ ପଂଚାୟତସ୍ତରୀୟ ଅଭିଯୋଗ ଶୁଣାଣୀ  ଓ ସଚେତନତା ଶିବିର ରାଜ୍ୟ ସରକାରଙ୍କ ୫ଟି ଯୋଜନା ଅନୁଯାୟୀ ଆଜି ଅନୁଷ୍ଠିତ ହୋଇଛି। ଏଥିରେ ପଂଚାୟତର ବିଭିନ୍ନ ଗ୍ରାମାଂଚଳର ଲୋକେ ବିଭିନ୍ନ ସମସ୍ୟା, ଆପତ୍ତି, ଅଭିଯୋଗ, ଆବଶ୍ୟକତା ଓ ସମସ୍ୟା ଗୁଡିକ ସଂପର୍କରେ ପ୍ରଶାସନକୁ ଅବଗତ କରିଥିଲେ। କିଛି ସମସ୍ୟା ତୁରନ୍ତ ସମାଧାନ କରିବାକୁ ବ୍ଲକ ପ୍ରଶାସନ ବିଭିନ୍ନ ବିଭାଗକୁ ଲୋକଙ୍କ ସମସ୍ୟା ସଂପର୍କରେ ଅବଗତ କରାଯାଇଥିଲା।

କିଛି ବିଭାଗୀୟ ଅଧିକାରୀଙ୍କ ସହ ଗ୍ରାମବାସୀ, ହିତାଧିକାରୀ ମାନଙ୍କ ସହ  ସିଧାସଳଖ ଆଲୋଚନା କରିଥିଲେ।   ଶିବିରରେ ବିଡିଓ ସୂରଜ ପଟ୍ଟନାୟକ ,  ଏବିଡିଓ ମନୋଜ କୁମାର ନାୟକ, ବ୍ଲକ ଉପାଧ୍ୟକ୍ଷ ଗଣେଶ ପାଢ଼ୀ, ବ୍ଲକ ମଙ୍ଗଳ ଅଧିକାରୀ ରଜନୀକାନ୍ତ ନାୟକ, ବ୍ଳକ ପଶୁ ସଂପଦ ଅଧିକାରୀ ଡ. ଆଲୋକ ସାମନ୍ତରାୟ, ବିଏସଏସଓ ନିଶା ନାୟର, ସିଡିପିଓ ପ୍ରଭାତି ତ୍ରିପାଠୀଙ୍କ ସହ ଶିକ୍ଷା, ସ୍ବାସ୍ଥ୍ୟ, ଗ୍ରାମ୍ୟ ପାନୀୟ ଜଳଯୋଗାଣ, ପ୍ରାଣୀଧନ, କୃଷି, ଜଳସେଚନ, ଉଦ୍ୟାନ , ରାଜସ୍ବ ଆଦି ବିଭାଗର ଅଧିକାରୀ, ଗଡପଦର ପଂଚାୟତର ସରପଂଚ, ନାଏବ ସରପଂଚ, ଆଶା ଓ ଅଙ୍ଗନୱାଡୀ କର୍ମୀ, ସମାଜସେବୀ ଆଦି ଭାଗ ନେଇଥିଲେ।

 

 

 

ସମ୍ବନ୍ଧିତ ଖବର