ପ୍ରଥମଥର ଭୋଟ୍‌ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ

ମାହାଙ୍ଗା : ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ନିର୍ବାଚନ ଅବସରରେ ମାହାଙ୍ଗା ବିଧାୟକ ତଥା ପଞ୍ଚାୟତିରାଜ, ଆଇନ, ପାନୀୟଜଳ, ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଓ ତାଙ୍କ ପରିବାର ସଦସ୍ୟମାନେ ଆଜି ପ୍ରଥମଥର ପଞ୍ଚାୟତ ଭୋଟ୍‌ରେ ସାମିଲ ମାହାଙ୍ଗାରେ ମତଦାନ କରିଛନ୍ତି।

ପୂର୍ବାହ୍ନ ସାଢ଼େ ୧୦ଟାରେ ମାହାଙ୍ଗା ବ୍ଲକ୍‌ ଜଳେଶ୍ବରପୁର ପଞ୍ଚାୟତ ଅନ୍ତର୍ଗତ ଅଳିଯୋଡ଼ା ଗ୍ରାମର ଅଳିଯୋଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟସ୍ଥିତ ୧୧ ନମ୍ବର ୱାର୍ଡର ମତଦାନ କେନ୍ଦ୍ରରେ ମନ୍ତ୍ରୀ ଶ୍ରୀ ଜେନା ସପରିବାର ମତାଧିକାର ସାବ୍ୟସ୍ତ କରିଥିଲେ। ମନ୍ତ୍ରୀଙ୍କ ସହ ତାଙ୍କ ପତ୍ନୀ ଡେଜି ଜେନା, ପୁଅ ଅଙ୍କିତ ପ୍ରତାପ ଜେନା, ଝିଅ ଐଶ୍ବର୍ଯ୍ୟା ପ୍ରତାପ ଜେନା, ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ବାଳ ମାହାଙ୍ଗାରେ ପ୍ରଥମଥର ପାଇଁ ମତଦାନ କରିଥିଲେ।

ମତଦାନ ସମୟରେ ଜଳେଶ୍ବରପୁର ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ ରେବତୀ ସେଠୀ, ସରପଞ୍ଚ ପ୍ରାର୍ଥୀ ସୁଜାତା ମଲିକ, ଜିଲ୍ଲାପରିଷଦ ସଭ୍ୟ ହୃଷୀକେଶ ସ୍ବାଇଁ, ଜଳେଶ୍ବରପୁର ପଞ୍ଚାୟତ ବିଜେଡି ସଭାପତି ଗୌରାଙ୍ଗ ବେହେରା, ଭ୍ରମରବର ସ୍ବାଇଁ, କିଶୋର ରାଉତଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର