ବିବାହ ବନ୍ଧନରେ ବାନ୍ଧିହେଲେ ବିଶ୍ବ ରେକର୍ଡଧାରୀ ପଞ୍ଚ୍‌ମ୍ୟାନ୍ ସତ୍ୟପୀର

ପାକିସ୍ତାନୀ ରେକର୍ଡ ଭାଙ୍ଗିଥିଲେ

ଭବାନୀପାଟଣା : ଭାରତର ପଞ୍ଚ୍‌ମ୍ୟାନ ଭାବରେ ପରିଚିତ ସତ୍ୟପୀର ପ୍ରଧାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମର ସତ୍ୟପୀର କେସିଙ୍ଗା ବ୍ଲକର ଅଧମୁଣ୍ଡା ଗ୍ରାମର ଲିପ୍‌ସା ପ୍ରଧାନଙ୍କୁ ବିବାହ କରିଛନ୍ତି। ତାଙ୍କ ନିକଟକୁ ଏ ଅବସରରେ ବିଭିନ୍ନ ମହଲ‌ରୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟୁଛି।

ସତ୍ୟପୀର ୨୦୧୭ ମସିହା ଜୁନ ୨୦ ତାରିଖରେ ଗିନିଜ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇଥିଲେ। ପାକିସ୍ତାନର ମାର୍ଶଲ ଆର୍ଟ ଫାଉଣ୍ଡେସନର ପ୍ରତିଷ୍ଠାତା ମହମ୍ମଦ ରସିଦ ଗୋଟିଏ ହାତରେ ୧ ମିନିଟରେ ୩୭୭ ଥର ପଞ୍ଚ ମାରି କରିଥିବା ବିଶ୍ବ ରେକର୍ଡକୁ ଭାଙ୍ଗିଥିଲେ ସତ୍ୟପୀର। ସେ ଗୋଟିଏ ହାତରେ ୧ ମିନିଟରେ ୩୯୩ ଥର ପାଞ୍ଚ ମାରି ନୂଆ ରେକର୍ଡ କରିଥିଲେ। ବର୍ତ୍ତମାନ ସତ୍ୟପୀର କୋଇମ୍ବାଟୁରଠାରେ କେପିଆର ମିଲ୍‌ ଲିମିଟେଡ଼ରେ କ୍ରୀଡ଼ା ଓ ଶିକ୍ଷା ଅଧିକାରୀ ଭାବେ ଚାକିରି କରୁଛନ୍ତି।

ସମ୍ବନ୍ଧିତ ଖବର