ବିଜେପିକୁ ସନ୍ଦେହ କଲେ ବୈଜୟନ୍ତ: ଟ୍ବିଟ୍ ନେଇ ଚର୍ଚ୍ଚା

ଭୁବନେଶ୍ବର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କର ଏକ ଟ୍ବିଟ୍ ଆଜି ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ େହାଇଛି। ବିଜେପିର ନିକଟତର େହଉଥିବା ବୈଜୟନ୍ତ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ ହସ ଆଲୋଚନାକୁ ହଜମ କରିପାରିନାହାନ୍ତି। ଠିକ୍ ଏମିତି ଏକ ସମୟରେ ଜାତୀୟ ଗଣମାଧ୍ୟମରେ ସି-ଭୋଟର କରିଥିବା ସର୍ଭେ ଓ ଓଡ଼ିଶାରେ ବିଜେଡି େଲାକସଭାରେ ଦ୍ବିତୀୟ ସ୍ଥାନକୁ ଅର୍ଥାତ୍ ୬ସଂଖ୍ୟାକୁ ଖସିଯିବା ଓ ବିଜେପି ୧୫ ଆସନ ପାଇବା େନଇ କରାଯାଇଥିବା ପୂର୍ବାନୁମାନ ଉପରେ କଠୋର ଆଭିମୁଖ୍ୟ ପ୍ରକଟ କରିଛନ୍ତି। ଏହା ଉପରେ ବୈଜୟନ୍ତ ଟ୍ୱିଟ୍‌ କରି ଲେଖିଛନ୍ତି ଏହା ଦୁଃସାହସ ଭଳି ଲାଗୁଛି। ଏହା କ’ଣ ସତରେ ହୋଇପାରିବ? ଯଦିଓ ଏଠାରେ ସମ୍ଭାବନା ରହିଛି, ତେବେ ଏହା ଅଟୋପାଇଲଟ ମୋଡ୍‌ରେ ହେବ ନାହିଁ। ସବୁକିଛି ନିର୍ଭର କରୁଛି ଚ୍ୟାଲେଞ୍ଜ ଦେଉଥିବା ବ୍ୟକ୍ତିର ସେତିକି ବଡ଼ କଲିଜା ଅଛି କି ନାହିଁ। ମାେନ ସଠିକ ଢଙ୍ଗରେ ଲଢ଼ୁଛି କି ନାହିଁ। ଓଡ଼ିଶାରେ ବଢୁଥିବା ଅପରାଧ ଓ ଦୁର୍ନୀତି ବିରୋଧରେ କେବଳ କହିଲେ ହେବ ନାହିଁ ବରଂ ଏହା ଉପରେ କାର୍ଯ୍ୟ କରିବା ଦରକାର।’’ ବୈଜୟନ୍ତଙ୍କ ଏହି ଟ୍ବିଟ୍ ଆଜି ରାଜ୍ୟ ବିଜେପି େନତାଙ୍କୁ ଅକଳରେ ପକାଇ ଦେଇଛି। ରାଜନୈତିକ ମହଲ ପୂର୍ବାନୁମାନ କଲେଣି େଯ ବୈଜୟନ୍ତ ସମ୍ଭବତଃ ରାଜ୍ୟ ବିଜେପିକୁ ବାଏ ବାଏ କରିସାରିଲେଣି। କାରଣ, ଗତ ତିନି ମାସ ଧରି ସେ ଓଡ଼ିଶାର ବିଭିନ୍ନ ଅଞ୍ଚଳ ବୁଲିବା ପରେ ସମ୍ଭବତଃ ଅନୁଭବ କରୁଛନ୍ତି େଯ େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ େନଇ ଏଠାରେ ବିଜେପିର ଆଶା କରିବା ବୃଥା। ଏଣୁ ଏକଥା ସେ ସୂଚାଇବାକୁ ଚାହୁଁଛନ୍ତି। ଏହି ମହଲର ଆହୁରି କହିବା କଥା େହଉଛି, ନବୀନ-େମାଦୀଙ୍କ ସଂପର୍କ ବଢୁଥିବା ପରିପ୍ରେକ୍ଷୀରେ ଏବେ ତାଙ୍କ ପାଇଁ ବିଜେପି ସୁରକ୍ଷିତ ନୁହେଁ, ଏକଥା ମଧ୍ୟ ସେ ଅନୁଭବ କରୁଥାଇପାରନ୍ତି। େସଥିପାଇଁ ଏଭଳି ଏକ ଟ୍ବିଟ୍ କରି ବିଜେପି ଉପରେ ବର୍ଷିଛନ୍ତି। ଏଭଳି ସ୍ଥିତିରେ ବିେଜପି େଯ ତାଙ୍କ ସହିତ ଆଉ ମଧୁର ସଂପର୍କ େଯାଡିବ, େସ ଆଶା କ୍ଷୀଣ।

ସମ୍ବନ୍ଧିତ ଖବର