୧୭ରେ ପଣ୍ଡା ଇନ୍‌ଫ୍ରା ମୁଖ୍ୟଙ୍କ ଜାମିନ ଶୁଣାଣି

କଟକ: ବମିଖାଲ ରେଳ ଓଭରବ୍ରିଜ ନିର୍ମାଣ ଦାୟିତ୍ୱରେ ଥିବା ପଣ୍ଡା ଇନ୍‌ଫ୍ରା ମାଲିକ ପ୍ରତାପ କିଶୋର ପଣ୍ଡାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କିତ ରିପୋର୍ଟ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ପ୍ରତାପଙ୍କ ପକ୍ଷରୁ ଦାୟର ଅନ୍ତରୀଣ ଜାମିନ ଆବେଦନର ଶୁଣାଣି ହୋଇଥିଲା। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଏହି ଜାମିନ ଆବେଦନ ଦାୟର କରିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ସଂପର୍କିତ ରିପୋର୍ଟ ଖଣ୍ଡପୀଠ ତଲବ କରିଛନ୍ତି। ଆସନ୍ତା ୧୭ ତାରିଖରେ ପ୍ରତାପଙ୍କ ଆବେଦନର ପରବର୍ତ୍ତୀ ଶୁଣାଣି କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ସରକାରଙ୍କ ପକ୍ଷରୁ ଆଇନଜୀବୀ କରୁଣାକର ନାୟକ ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ମେ’ ୩ ସଂଧ୍ୟାରେ ବମିଖାଲ ଫ୍ଲାଏ ଓଭର ବ୍ରିଜ ଦ୍ୱିତୀୟ ଥର ପାଇଁ ଭୁଶୁଡିଥିଲା। ଏହି ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ଲକ୍ଷ୍ମୀସାଗର ଥାନାରେ ନିର୍ମାଣକାରୀ ସଂସ୍ଥାର ମୁଖ୍ୟ ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।

ସମ୍ବନ୍ଧିତ ଖବର