କଟକ: ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅଞ୍ଚଳରେ ୨୦୧୧ରେ ନକ୍ସଲଙ୍କ ମୋବାଇଲ ଟାୱାର ପୋଡି ମାମଲାରେ ସବ୍ୟସାଚୀ ଜାମିନ ଆବେଦନ କରିଥିଲେ। ଡକ୍ଟର ଜଷ୍ଟିସ ଅକ୍ଷୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହାକୁ ଖାରଜ କରିଛନ୍ତି। ଏହି ମାମଲାରେ ଶ୍ରୀ ପଣ୍ଡାଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିବା ବେଳେ ଦୌରା ଜଜ୍ ଅଦାଲତରେ ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟରେ ଆବେଦନ କରିଥିଲେ। ସେହିଭଳି ଗଞ୍ଜାମ ଜିଲ୍ଲାର ବେଲେରୀ ଫାଣ୍ଡି ଉପରେ ନକ୍ସଲମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ପୋଡାଜଳା କରିଥିଲେ। ଏହି ମାମଲାରେ ମଧ୍ୟ ଦୌରା ଅଦାଲତରେ ଜାମିନ ଖାରଜ ହେବା ପରେ ସବ୍ୟସାଚୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆଜି ଏ ସଂପର୍କିତ ମାମଲାରେ ସବ୍ୟସାଚୀ ଦାୟର କରିଥିବା ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ସରକାରଙ୍କ ପକ୍ଷରୁ ଏଏସସି ପ୍ରିୟବ୍ରତ ତ୍ରିପାଠୀ ଓ ଏଜିଏ ପ୍ରେମ କୁମାର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।
ନକ୍ସଲ କାର୍ଯ୍ୟକଳାପରେ ସଂପୃକ୍ତି ଅଭିଯୋଗ: ସବ୍ୟସାଚୀ ପଣ୍ଡାଙ୍କ ଜାମିନ ଖାରଜ
/sambad/media/post_attachments/wp-content/uploads/2018/11/judgement.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)