ଭୁବନେଶ୍ବର: ବିଜେଡି ନେତା ଭି.କେ ପାଣ୍ଡିଆନ୍ ଆଜି ଏକ ଅଟୋରେ ଆସି ଭୋଟ୍ ଦେଇଛନ୍ତି। ସକାଳୁ ସକାଳୁ ୟୁନିଟ୍-୬ ସ୍ଥିତ ୪୪ ନମ୍ବର ବୁଥ୍ରେ ପହଞ୍ଚିଥିଲେ ଶ୍ରୀ ପାଣ୍ଡିଆନ। ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଭୋଟ୍ ଦେଇଥିଲେ। ଭୋଟ ଦେବା ପରେ ସେ କହିଥିଲେ ଯେ ଅଟୋ ଚାଳକ ସଂଘ ମତେ ଅଟୋରେ ବସିବାକୁ ଅନୁରୋଧ କରିଥିଲେ। ତେଣୁ ଅଟୋରେ ଆସି ଭୋଟ୍ ଦେଇଛି। ଛାତ୍ର ଜୀବନ ସମୟରେ ଅଟୋରେ ଯାଉଥିଲୁ, ସେ ପୁରୁଣା ସ୍ମୃତି ଏବେ ମନ ପଡ଼ିଗଲା। ସମସ୍ତେ ବହୁ ସଂଖ୍ୟାରେ ଆସି ଭୋଟ୍ ଦିଅନ୍ତୁ ଓ ଗଣତନ୍ତ୍ରର ମହାପର୍ବରେ ନିଜକୁ ସାମିଲ କରନ୍ତୁ। ଭାରତ ନିଜର ଗଣତନ୍ତ୍ରକୁ ନେଇ ପରିଚିତ। ତେଣୁ ଅଧିକରୁ ଅଧିକ ସଂଖ୍ୟାରେ ଆସି ଭୋଟ ଦେବାକୁ ଶ୍ରୀ ପାଣ୍ଡିଆନ ଅନୁରୋଧ କରିଥିଲେ। ଏହା ପୂର୍ବରୁ ଭି.କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ମଧ୍ୟ ୪୪ ନମ୍ବର ବୁଥ୍ରେ ପହଞ୍ଚି ନିଜର ମତାଧିକାର ସାବ୍ୟସ୍ତ କରିଥିଲେ।
ଅଟୋରେ ଆସି ଭୋଟ୍ ଦେଲେ ପାଣ୍ଡିଆନ
/sambad/media/post_attachments/wp-content/uploads/2024/05/fshfhhffhhhf.jpg)