ସମ୍ବଲପୁର: ଆଜି ରାତିରେ ୫ଟି ଏବଂ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସମ୍ବଲପୁରରେ ପହଂଚିଛନ୍ତି। ଶ୍ରୀ ପାଣ୍ଡିଆନ ଆଜି ରାତି ୮ଟାରେ ଭୁବନେଶ୍ବରରୁ ବିମାନ ଯୋଗେ ବାହାରି ରାତି ୮ଟା ୫୦ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଂଚି ଥିଲେ। ସେଠାରୁ ସଡ଼କ ପଥରେ ସମ୍ବଲପୁର ଆସିଥିଲେ। ସର୍କିଟ ହାଉସ୍ରେ ରାତ୍ରୀଯାପନ କରିବେ। ସକାଳ ୬ଟାରେ ସମଲେଶ୍ବରୀ ମନ୍ଦିରରେ ପହଂଚି ଦର୍ଶନ କରିବା ପରେ ସମଲେଇ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି। ସକାଳ ୯ଟା ୪୦ରେ ପୁଣି ଜମଦାରପାଲି ଏୟାରଷ୍ଟ୍ରିପ୍ରୁ ବିମାନ ଯୋଗେ ଭୁବନେଶ୍ବର ଅଭିମୁଖେ ବାହାରିବେ ବୋଲି ଜଣାପଡ଼ିଛି।
ସମ୍ବଲପୁରରେ ପାଣ୍ଡିଆନ୍: କାଲି ସମଲେଇ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିବେ
/sambad/media/post_attachments/wp-content/uploads/2023/10/Pandian.jpg)