ପାଣ୍ତିଆନଙ୍କ ନାଁ କହି ଠକେଇ ମାମଲା: ବିଜେଡି ନେତା ବୋଲି ଅଭିଯୁକ୍ତକୁ ସୁରକ୍ଷା!

କେନ୍ଦ୍ରାପଡ଼ା: ଫାଇଭ୍‌-ଟି ସଚିବ ଭି.କେ ପାଣ୍ତିଆନ୍‌ଙ୍କ ନାଁ କହି ଜଣେ ଅସହାୟ ବିଧବାଙ୍କଠାରୁ ଠକେଇ ହେଲା। ଠକେଇ କରିଥିବା ଅଭିଯୁକ୍ତ ହେଉଛନ୍ତି ବିଜେଡି କୋରାପୁଟ ଜିଲ୍ଲା କମିଟିର ଡିଜିଟାଲ୍‌ ମିଡିଆ ସେଲ୍‌ର ସ˚ପାଦକ। ମହାକାଳପଡ଼ା ପୁଲିସ ଏ ସ˚କ୍ରାନ୍ତରେ ମାମଲା (ନ˚-୨୫୨/୨୩) ରୁଜୁ କଲା। ଇତିମଧୢରେ ମାମଲାକୁ ଦେଢ଼ ସପ୍ତାହରୁ ଅଧିକ ସମୟ ବିତିଯାଇଥିଲେ ବି ପୁଲିସ ଏଯାଏ ଅଭିଯୁକ୍ତ ସ˚ଗ୍ରାମ କେଶରୀ ବାରିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଅଭିଯୁକ୍ତ ଯୁବକ ବିଜେଡି ନେତାଙ୍କ ଅତ୍ୟନ୍ତ ଖାସ୍‌ ଓ ଆଗଧାଡ଼ିର କର୍ମକର୍ତା ହୋଇଥିବାରୁ, ଚାପରେ ପୁଲିସ ତାଙ୍କୁ ଗିରଫ କରୁ ନଥିବା ଅଭିଯୋଗ ହେଉଛି।

ଗତ ୨୨ତାରିଖରେ ମହାକାଳପଡ଼ା ଥାନା ପେଟଛେଲା ପ˚ଚାୟତ କୋଚିଳା ଗ୍ରାମର ପୁଷ୍ପଲତା ସ୍ବାଇଁ ଏହି ଠକେଇ ଅଭିଯୋଗ ଆଣିଥିଲେ। ଅଭିଯୁକ୍ତ ସ˚ଗ୍ରାମ ନିଜକୁ ପାଣ୍ତିଆନ୍‌ଙ୍କ ଅଫିସ୍‌ରୁ କହୁଥିବା କହି ପୁଷ୍ପଲତାଙ୍କ ଠାରୁ ଜମି ବିବାଦ ସମାଧାନ କରିଦେବାକୁ କହି ବିଭିନ୍ନ ପର୍ଯ୍ୟାୟରେ ଫୋନ୍‌ ପେ ମାଧୢମରେ ୨୯ ହଜାର ୯୦୦ଟଙ୍କା ନେଇ ଯାଇଥିଲେ। ଜିଲ୍ଲାପାଳ, ତହସିଲଦାର ଓ ଆଇଆଇସି ମିଳିତ ଭାବେ କ୍ଷେତ୍ରସ୍ଥଳ ଅନୁଧ୍ୟାନ ବାବଦକୁ ଏହି ଖର୍ଚ୍ଚ ଲାଗିବ କହି ନେଇଥିଲେ ବୋଲି ଅଭିଯୋଗରେ ଦର୍ଶାଇଥିଲେ। ଏହି ଅଭିଯୋଗ ସ˚କ୍ରାନ୍ତରେ ‘ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ଅଭିଯୁକ୍ତ ସ˚ଗ୍ରାମ ତରବରିଆ ଭାବେ ସମସ୍ତ ଟଙ୍କା ପୁଷ୍ପଲତାଙ୍କୁ ଫେରାଇ ଦେଇଥିଲେ। ୫-ଟି ସଚିବ ଭି.କେ ପାଣ୍ତିଆନ୍‌ଙ୍କ ନାଁ ନେଇ ଶାସକ ବିଜେଡିର ଏହି ପଦାଧିକାରୀଜଣକ ଜଣେ ଅସହାୟ ବିଧବାଙ୍କୁ ଠକି ଥିଲେ ବି ମହାକାଳପଡ଼ା ପୁଲିସ ତାଙ୍କୁ ଗିରଫ କରିବା ପରିବର୍ତ୍ତେ ହାତବାନ୍ଧି ଚୁପ୍‌ ବସିଯିବା ଘଟଣା ସନ୍ଦେହର କାରଣ ହୋଇଛି।

ସବୁଠୁ ବଡ଼ କଥା ହେଉଛି ଅଭିଯୁକ୍ତ ସ˚ଗ୍ରାମଙ୍କ ବିରୋଧରେ ଆସିଥିବା ଏପ୍ରକାର ଠକେଇ ଅଭିଯୋଗ କିଛି ନୂଆ ନୁହେଁ। ପୂର୍ବରୁ ମଧୢ ଠକେଇ ଅଭିଯୋଗରେ ଭଦ୍ରକ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋରାପୁଟ ଜିଲ୍ଲା ପୁଲିସ ମଧୢ ଅତୀତରେ ତାଙ୍କୁ ବିଭିନ୍ନ ଠକେଇ ମାମଲାରେ ଅଟକ ରଖିଥିବାର ସୂଚନା ମିଳିଛି। କିନ୍ତୁ ସ˚ଗ୍ରାମଙ୍କୁ କୋରାପୁଟ ଜିଲ୍ଲା ବିଜେଡି କମିଟି ପକ୍ଷରୁ ଗତ ଜୁଲାଇ ୧୫ତାରିଖରେ ଜିଲ୍ଲା ଡିଜିଟାଲ୍‌ ମିଡିଆ ସେଲ୍‌ର ସ˚ପାଦକ ରୂପେ ନିଯୁକ୍ତ କରାଯାଇଥିଲା। କୁହାଯାଉଛି, ବିଜେଡିର ପ୍ରଭାବଶାଳୀ ନେତା ଓ କ୍ଷମତାଶାଳୀ ପ୍ରଶାସନିକ ଅଧିକାରୀଙ୍କ ସହିତ ଥିବା ନିଜ ଫଟୋକୁ ଦେଖାଇ ସ˚ଗ୍ରାମ ପ୍ରଲୋଭିତ କରିବା ସହିତ ବିଭିନ୍ନପ୍ରକାର ମିଥ୍ୟା ପ୍ରତିଶ୍ରୁତି ଜରିଆରେ ଲୋକଙ୍କୁ ଠକୁଥିଲେ। କୋରାପୁଟ ଜିଲ୍ଲା ବିଜେଡିର ପୂର୍ବତନ ସଭାପତିଙ୍କର ସେ ଅତ୍ୟନ୍ତ ଘନିଷ୍ଠ ଥିବା ବେଳେ ସ˚ପ୍ରତି କୋରାପୁଟ ଜିଲ୍ଲା ବିଜେଡିର ମିଡିଆ ସେଲ୍‌ ଦାୟିତ୍ବ ବୁଝାସୁଝା କରୁଛନ୍ତି। ଅନ୍ୟପଟେ ମହାକାଳପଡ଼ା ଥାନା ଅଧିକାରୀ ବିମଳ ମଲ୍ଲିକ କହିଛନ୍ତି ଯେ ମାମଲାର ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ଅଭିଯୋଗକାରୀଙ୍କ ବୟାନ ରେକର୍ଡ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର