ଭୁବନେଶ୍ୱର: ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ ଆଜି ବାଲେଶ୍ୱର ଓ ଭଦ୍ରକ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ୱାନ ଦେଇଛନ୍ତି। ସିମୁଳିଆ, ସୋରୋ, ଧାମନଗର ଓ ଭଣ୍ଡାରୀପୋଖରୀରେ ବିଶାଳ ଜନସଭାରେ ଯୋଗ ଦେଇ ବିଜେଡି ପ୍ରାର୍ଥୀମାନଙ୍କୁ ଆଶୀର୍ବାଦ କରିବାକୁ ନିବେଦନ କରିଛନ୍ତି। ସଭାଗୁଡ଼ିକରେ ପାଣ୍ଡିଆନ୍ କହିଥିଲେ ଯେ, ସାଢ଼େ ୪ କୋଟି ଓଡ଼ିଶାବାସୀ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପରିବାର। ସେ ହେଉଛନ୍ତି ପରିବାରର ମୁଖିଆ। ମୁଖିଆ ଭାବରେ ସେ ଆପଣମାନଙ୍କ ଆର୍ଥିକ ବୋଝ ହାଲ୍‍କା କରିବା ପାଇଁ କାମ କରୁଛନ୍ତି। କିନ୍ତୁ କେନ୍ଦ୍ରର ବିଜେପି ସରକାର ଆପଣମାନଙ୍କ ବୋଝ ବଢ଼େଇ ବଢ଼େଇ ଚାଲିଛନ୍ତି।

Advertisment

ସାଢ଼େ ୪ କୋଟି ଓଡ଼ିଆ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପରିବାର
ଓଡ଼ିଶା ଆଗକୁ ବଢ଼ୁଛି, ଲୋକଙ୍କ ସ୍ୱପ୍ନ ପୁରଣ ହେଉଛି

ସେ ପୁଣିଥରେ ଜୋର୍‌ ଦେଇ କହିଥିଲେ ଯେ, ମହାପ୍ରଭୁଙ୍କ ଆଶୀର୍ବାଦରୁ ଓ ଆପଣମାନଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ପୁଣି ଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ପ୍ରଥମ ଦସ୍ତଖତରେ ସମସ୍ତଙ୍କୁ ବିଜୁଳି ବିଲ୍‍ରୁ ମୁକ୍ତ କରିବେ। ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ. କାର୍ଡ ସମସ୍ତେ ପାଇବେ। ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିସନ ଶକ୍ତି ସଦସ୍ୟାମାନଙ୍କ ପାଇଁ ପେନ୍‍ସନ ବ୍ୟବସ୍ଥା କରିବେ। କଲେଜ ପିଲାମାନଙ୍କ ନୂଆ-ଓ ସ୍କଲାରସିପ୍‍କୁ ମଧ୍ୟ ବୃଦ୍ଧି କରିବେ। ଏ ସବୁ ପଦକ୍ଷେପର ଉଦ୍ଦେଶ୍ୟକୁ ବୁଝାଇ ସେ କହିଲେ ଯେ, ୫-ଟି ସ୍କୁଲ, କଲେଜ ଯୋଗୁଁ ବେସରକାରୀ ଶିକ୍ଷାନୁଷ୍ଠାନଠାରୁ ମଧ୍ୟ ପିଲାମାନେ ଭଲ ସୁବିଧା ପାଉଛନ୍ତି। ବି.ଏସ୍‍.କେ.ୱାଇ. କାର୍ଡରେ ବେସରକାରୀ ହସ୍ପିଟାଲରେ ମଧ୍ୟ ବିନା ଖର୍ଚ୍ଚରେ ଭଲ ଚିକିତ୍ସା ପାଉଛନ୍ତି। ଲକ୍ଷ୍ମୀ ବସ୍‌ରେ ମା’ମାନେ ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କାରେ ଯିବା ଆସିବା କରିପାରୁଛନ୍ତି। ଏହାଦ୍ୱାରା ଆପଣମାନଙ୍କ ବୋଝ ହାଲ୍‍କା ହେଉଛି। ଶ୍ରୀ ପାଣ୍ଡିଆନ୍ ପୁଣି କହିଥିଲେ ଯେ, ଓଡ଼ିଶା ଆଗକୁ ବଢ଼ୁଛି, ଲୋକଙ୍କ ସ୍ୱପ୍ନ ପୁରଣ ହେଉଛି। ଏହାର ଅନେକ ଉଦାହରଣ ଅଛି । ବଲାଙ୍ଗୀରର ଜଣେ ଅଙ୍ଗନବାଡ଼ି ଦିଦିଙ୍କ ପୁଅ ଡାକ୍ତରୀ ପାଠରେ ନାମ ଲେଖାଇଛି। ଜଣେ ଅଙ୍ଗନବାଡ଼ି ଦିଦି ମଧ୍ୟ ତାଙ୍କ ସ୍ୱପ୍ନ ପୁରଣ କରିପାରୁଛନ୍ତି। ପୁଅକୁ ଡାକ୍ତର କରିପାରୁଛନ୍ତି। ଲୋକଙ୍କ ସ୍ୱପ୍ନ ପୁରଣ ହୋଇପାରୁଛି। ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି। ମା’ମାନଙ୍କୁ, ଯୁବପିଢ଼ିମାନଙ୍କୁ ସଶକ୍ତ କରି ସେମାନଙ୍କ ଜରିଆରେ ନୂଆ ଓଡ଼ିଶା ଗଠନ କରିବାକୁ ଚାହୁଛନ୍ତି ମୁଖ୍ୟମନ୍ତ୍ରୀ।

ସୋରୋରେ ଶ୍ରୀ ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ସଲ୍‌ଟ୍‌ ରୋଡ୍‌ ପାଇଁ ୬୦ କୋଟି ଦେଇଛନ୍ତି। ଜଳସେଚନ ପାଇଁ ୨୦୦ କୋଟି ଟଙ୍କାର ପ୍ରକଳ୍ପ ଚାଲିଛି। ଆପଣମାନେ ଯେଉଁ କାମ ପାଇଁ ପ୍ରସ୍ତାବ ଦେଇଥିଲେ ତା’ର ୮୦ ପ୍ରତିଶତ କାମ ହୋଇଯାଇଛି। ସିମୁଳିଆ ଓ ଖଇରାକୁ ଏନ୍‍.ଏ.ସି. ମାନ୍ୟତା ଦିଆଯାଇଛି। ସାଳନ୍ଦୀ ଲେଫ୍ଟ କେନାଲ ଓ ବିଭିନ୍ନ ଆଡ଼ିବନ୍ଧ ନିର୍ମାଣ ଜରିଆରେ ଜଳସେଚନ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ବହୁତ କାମ କରିଛନ୍ତି।