ପଣ୍ଡିତ ଦୀନ ଦୟାଲଙ୍କ ୧୦୪ତମ ଜୟନ୍ତୀ : ସୁକନ୍ୟା ସମୃଦ୍ଧି ଯୋଜନାର ଜମା ବହି ବଣ୍ଟନ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ରଙ୍ଗାଢିପ‌ା ଠାରେ ଭାଜପା ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟୟଙ୍କ ୧୦୪ତମ ଜୟନ୍ତୀ ପାଳିତ ହୋଇଯାଇଛି। ଜିଲ୍ଲା ସଭାପତି ତଥା ତଳସରା ବିଧାୟକ ଭବାନୀଶଙ୍କର ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମହତାକ‌ାଂକ୍ଷୀ ଯୋଜନା ‘ସୁକନ୍ୟା ସମୃଦ୍ଧି ଯୋଜନା’ର ସଫଳ ରୂପାୟନ ଉପରେ ଆଲୋଚନା କରାଯିବା ସହ ସୁନ୍ଦରଗଡ଼ ସାଂଗଠନିକ ଜିଲ୍ଲାରେ ଏହାର ଶୁଭାରମ୍ଭ ପୂର୍ବକ ସଭାରେ କିଛି ଶିଶୁ କନ୍ୟାଙ୍କୁ ଯୋଜନାର ଜମାବହି ପ୍ରଦାନ କରାଯାଇଥିଲା। ସଭାରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ତଥା ସାଂସଦ ଜିଲ୍ଲା ପ୍ରତିନିଧି ବଟକିଶୋର ମିଶ୍ର ଯୋଗ ଦେଇ ଦୀନଦୟାଲଙ୍କ ଆଦର୍ଶ ଓ ପ୍ରେରଣାର ସ୍ରୋତ ହେବାକୁ ଯୁବବର୍ଗଙ୍କୁ ଆହ୍ବାନ ଦେଇଥିଲେ। ସଭାରେ ମହିଳା ମୋର୍ଚ୍ଚାର ଶାନ୍ତି ସରାଫ, କାନନବାଲା ବ‌େହେରା, ଭାରତୀ ରାଉତ, ପ୍ରଜ୍ଞାଶ୍ରୀ ହୋତା, ରୀତାରାଣୀ ଦାଶ, ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ଶ୍ରୀକାନ୍ତ ଭଞ୍ଜ, ଜିଲ୍ଲା ସାଧାରଣ ସମ୍ପାଦକ ଅମୀୟ ପଟ୍ଟନାୟକ, କ୍ରୀଷ୍ଣାଗୋପାଳ ଶର୍ମା, ବରିଷ୍ଠ କାର୍ଯ୍ୟକର୍ତ୍ତା ବୀରବର ସାହୁ, ବିଶ୍ବଜିତ ତନ୍ତୀ, ଯଶୋବନ୍ତ ନାଏକ, ଅବିନାଶ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ। ନଗରମଣ୍ଡଳ ସଭାପତି ଆଶିଷ ପଟେଲ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର