ବିଧାନସଭା ପରିସରରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ବର : ଓଡ଼ିଶା ବିଧାନସଭା ଆନୁକୂଲ୍ୟରେ ଆଜି ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବିଧାନସଭା ପରିସରରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ େହାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ପ୍ରାଙ୍ଗଣରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଉପବାଚସ୍ପତି ରଜନୀକାନ୍ତ ସିଂହ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ମନ୍ତ୍ରୀ ରଘୁନନ୍ଦନ ଦାସ, ମନ୍ତ୍ରୀ ତୁଷାରକାନ୍ତି ବେହେରା, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ସରକାରୀ ଉପମୁଖ୍ୟ ସଚେତକ ପ୍ରଣବ କୁମାର ବଳବନ୍ତରାୟ, ଉତ୍କଳ ସମ୍ମିଳନୀ ପ୍ରମୁଖ େଯାଗଦେଇଥିଲେ।

ଏହି ଉପଲକ୍ଷେ ଓଡ଼ିଶା ବିଧାନସଭା ପକ୍ଷରୁ ଏକ ତର୍କ ପ୍ରତିେଯାଗିତା ଉଚ୍ଚବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ର ଆଶୁତୋଷ କର ପ୍ରଥମ, ୟୁନିଟ୍‌-୮ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ଛାତ୍ରୀ ସିଜଲ ସାହୁ ଦ୍ୱିତୀୟ, ଭୀମଟାଙ୍ଗି ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ଛାତ୍ର ପବିତ୍ର କୁମାର ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ବିଧାନସଭା ନିର୍ଦ୍ଦେଶକ (ଗବେଷଣା) ଶିବ ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ସେଂଯାଜନା କରିଥିଲେ। ବିଧାନସଭା ସଚିବ ଦାଶରଥୀ ଶତପଥୀ ଓ ବିଧାନସଭା କର୍ମଚାରୀମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର