ପଣ୍ଡିତ ପ୍ରବୋଧ କୁମାର ମିଶ୍ରଙ୍କୁ ‘ସୁବର୍ଣ୍ଣ ଚନ୍ଦ୍ରକମ୍’ ସମ୍ମାନ

ଭୁବନେଶ୍ୱର : ବିଶିଷ୍ଟ ସଂସ୍କୃତ କବି ତଥା ବରିଷ୍ଠ ସାମ୍ବାଦିକ ପଣ୍ଡିତ ପ୍ରବୋଧ କୁମାର ମିଶ୍ରଙ୍କୁ ଇତିହାସ ପ୍ରସିଦ୍ଧ ସୋମନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମର୍ଯ୍ୟାଦା ଜନକ ‘ସୁବର୍ଣ୍ଣ ଚନ୍ଦ୍ରକମ୍’ ସମ୍ମାନ ପ୍ରଦାନ କରା ଯାଇଛି। ପ୍ରଭାସ ତୀର୍ଥ ଭାବେ ପରିଚିତ ଏହି ମନ୍ଦିର ପରିସରରେ ଆୟୋଜିତ ଦ୍ବିତୀୟ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସମାରୋହ ଅବସରରେ ପଣ୍ଡିତ ଶ୍ରୀ ମିଶ୍ରଙ୍କୁ ଏହି ସମ୍ମାନ ମିଳିଛି। ସମାରୋହରେ ଟ୍ରଷ୍ଟ ଅଧ୍ୟକ୍ଷ ତଥା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ, ସଚିବ ପ୍ରବୀଣ ସୁରି ଲେହେଡ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ବ୍ୟକ୍ତିଗତ ଭାବେ ପଣ୍ଡିତ ଶ୍ରୀ ମିଶ୍ର ସମାରୋହରେ ଉପସ୍ଥିତ ରହି ନ ପାରିବାରୁ ସ୍ବତନ୍ତ୍ର ଡାକ ଯୋଗେ ତାଙ୍କ ଭୁବନେଶ୍ୱର ବାସଭବନରେ ଏହି ସମ୍ମାନ ବାବଦ ମାନପତ୍ର, ସ୍ୱର୍ଣ୍ଣ ପଦକ ଓ ନଗଦ ୩୧ ହଜାର ଟଂକା ପହଞ୍ଚାଇ ଦିଆ ଯାଇଛି।

ଏ ଅବସରରେ ସାମ୍ବାଦିକ ନିର୍ମଳ ମଲ୍ଲିକ ଓ ଯୁବ ବ୍ୟବସାୟୀ ପ୍ରମୋଦ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର