ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଜୟନ୍ତୀ ପାଳନ

ସ୍ୱଚ୍ଛତା ପାଇଁ ନିଜେ ଝାଡ଼ୁ ଧରିଲେ ଦେବାଶିଷ ମାର୍ଣ୍ଡି, ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଅଞ୍ଚଳକୁ ସଫା କଲେ

ବାରିପଦା : ମୟୁରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ “ମାସା ଆର୍ମୀ” ପକ୍ଷରୁ ସ୍ଥାନୀୟ ବାରିପଦା ଷ୍ଟାଡିୟମ୍‌ରେ ସାନ୍ତାଳୀ ଭାଷା ଅଲ୍ ଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଜୟନ୍ତୀ ମାସା ଆର୍ମୀର ଜିଲ୍ଲା ସଭାପତି ମୁକେଶ ମାରାଣ୍ଡି ଏବଂ ଶ୍ୟାମାଖୁଣ୍ଟା ବ୍ଲକ୍ ସଭାପତି ମଦନ ହାଁସଦାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ମାସା ଆର୍ମୀ ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି ମୁଖ୍ୟଅତିଥି ଭାବେ ଯୋଗଦେଇ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ତାଙ୍କର ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ସଂଗଠନ ପକ୍ଷରୁ ସାନ୍ତାଳୀ ଭାଷାକୁ ଓଡ଼ିଶାର ଦ୍ୱୀତୀୟ ରାଜଭାଷା ମାନ୍ୟତା, ରାଜ୍ୟରେ ପ୍ରଥମ ଶ୍ରେଣୀଠାରୁ ପିଜି, ଏମ୍.ଫିଲ୍, ପି.ଏଚ୍.ଡି ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ପାଠ୍ୟକ୍ରମ ପ୍ରଚଳନ କରିବା, ସାନ୍ତାଳୀ ଭାଷାରେ ସିଟି ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ଯଥାଶୀଘ୍ର ସାନ୍ତାଳୀ ଭାଷା ଶିକ୍ଷକ ଭାବେ ନିଯୁକ୍ତି ଦେବା ଭଳି ବିଭିନ୍ନ ଦାବି ଉପସ୍ଥାପନ କରାଯାଇଥିଲା। ସେହିପରି ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଭାରତରତ୍ନ ପ୍ରଦାନ ନିମନ୍ତେ ମଧ୍ୟ ଦାବି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀକାନ୍ତ ବାସ୍କେ, ଲାଙ୍ଗ ହାଁସଦା, ହରିଶ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ।

ସ୍ୱଚ୍ଛତା ପାଇଁ ନିଜେ ଝାଡ଼ୁ ଧରିଲେ ଦେବାଶିଷ ମାର୍ଣ୍ଡି

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଅଞ୍ଚଳକୁ ସଫା କଲେ

ବାରିପଦା : ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥଳକୁ ସ୍ବଚ୍ଛ କରିବା ପାଇଁ ନିଜେ ଝାଡ଼ୁ ଧରିଲେ ଯୁବନେତା ଡ. ଦେବାଶିଷ ମାର୍ଣ୍ଡି। ସାନ୍ତାଳୀ ଭାଷାର ଆଦ୍ୟଗୁରୁ ଭାବେ ପୂଜ୍ୟ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ପାଳନ ଅବସରରେ ପାଲବଣି ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତି ଅଞ୍ଚଳକୁ ନିଜ ହାତରେ ସଫା କରିଥିଲେ ପୂର୍ବତନ ଏସ୍‌ଡିସି ଅଧ୍ୟକ୍ଷ ତଥା ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦେବାଶିଷ। କରୋନା ସମୟରେ ଚିକିତ୍ସା ସେବା ଯୋଗାଇ ଦେଉଥିବା ଦେବାଶିଷ ଚାହିଁଥିଲେ ଅନ୍ୟ କାହାଦ୍ବାରା ମଧ୍ୟ ଉକ୍ତ କାର୍ଯ୍ୟକୁ ସଂପାଦନ କରିପାରିଥାଆନ୍ତେ। ମାତ୍ର ସାନ୍ତାଳୀ ଭାଷାର ପ୍ରାତଃସ୍ମରଣୀୟ ଗୁରୁଙ୍କ ପ୍ରତିମୂର୍ତ୍ତି ସ୍ଥଳକୁ ନିଜେ ହିଁ ସ୍ୱଚ୍ଛ କରିଥିଲେ। ଯାହାକି ସମସ୍ତଙ୍କ ପାଇଁ ଅନୁକରଣୀୟ। ଅନେକ ସମୟରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥଳ ସମସ୍ତଙ୍କର ଦୃଷ୍ଟି ଆଢ଼ୁଆଳରେ ରହିଯାଏ। ତେବେ ଆଜି ଜନ୍ମଦିନ ପାଳନ ଅବସରରେ ଶ୍ରୀ ମାର୍ଣ୍ଡି ପୁଷ୍ପମାଲ୍ୟ ଅର୍ପଣ କରି ନିଜର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର