ନୂଆପଡ଼ା/ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବନ ବିଭାଗ ପକ୍ଷରୁ ଚଢ଼ଉ କରି ଶୁକ୍ରବାର ନଙ୍ଗଲବୋଡ଼ଠାରୁ ଏକ ଜୀବନ୍ତ ବଜ୍ରକାପ୍ତ ଓ ୨ କେଜି ୭ଶହ ଗ୍ରାମ କାତି ଜବତ କରାଯାଇଛି। ଏଥିସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଅଟକ ରଖାଯାଇଛି।
ସିନାପାଲି ରେଞ୍ଜ ନଙ୍ଗଲବୋଡ଼ ଗ୍ରାମରେ କିଛି ଲୋକ ଏକ ଜୀବନ୍ତ ବଜ୍ରକାପ୍ତ ଓ ୨ କେଜି ୭ ଶହ ଗ୍ରାମ କାତି ଧରି ବିକ୍ରି କରିବା ପାଇଁ ଅପେକ୍ଷା କରିଥିବା ବେଳେ ସିନାପାଲି ବନ ଅଧିକାରୀମାନେ ଚଢ଼ଉ କରି ସେମାନଙ୍କୁ ଧରିଥିଲେ। ସିନାପାଲି ରେଞ୍ଜର ମୁରାରୀ ପ୍ରସାଦ ପଣ୍ଡାଙ୍କ ନେତୃତ୍ବରେ ଏହି ଚଢ଼ଉ ହୋଇଥିଲା। ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ରେଞ୍ଜର ଶ୍ରୀ ପଣ୍ଡା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/ef594f63-0834-44b4-9659-d82c7491c657.jpeg)