କରଞ୍ଜିଆ : ଆନ୍ତଃରାଜ୍ୟ ବଜ୍ରକାପ୍ତା କାତି ରାକେଟ୍ରେ ସଂପୃକ୍ତ ୧୫ ଜଣଙ୍କୁ ଗିରଫ କରିଛି କରଞ୍ଜିଆ ବନ ବିଭାଗ। ଅଭିଯୁକ୍ତମାନଙ୍କ ମଧ୍ୟରେ କରଞ୍ଜିଆ ସହରର ଏକ ଦୁଇଚକିଆ ଗାଡ଼ି ସୋ ରୁମ୍ର ମାଲିକ, ମ୍ୟାନେଜରଙ୍କ ସମେତ ଝାଡ଼ଖଣ୍ଡ ରାଜ୍ୟରୁ ୩ ଜଣ, କେନ୍ଦୁଝର ଜିଲ୍ଲାରୁ ୯ ଜଣ, ଯାଜପୁର ଜିଲ୍ଲାରୁ ଜଣେ ଏବଂ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଅଛନ୍ତି। ଚଢ଼ଉ ସମୟରେ ୧୫ଟି ବଜ୍ରକାପ୍ତା କାତି ଜବତ କରାଯାଇଥିବା ବେଳେ ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନ ବିଭାଗ କହିଛି।
/sambad/media/post_attachments/wp-content/uploads/2021/11/k2-2.jpg)
ବଜ୍ରକାପ୍ତା କାତି ଚାଲାଣ ସଂପର୍କରେ କରଞ୍ଜିଆ ଥାନା ଆଇଆଇସି ରଞ୍ଜନ କୁମାର ସେଠୀ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇବା ପରେ ଗତକାଲି ରାତିରେ ବନ ବିଭାଗ ଓ ପୁଲିସ ପକ୍ଷରୁ ମିଳିତ ଚଢ଼ଉ କରାଯାଇଥିଲା। ଗାଡ଼ି ସୋରୁମ୍ର ଉପର ମହଲା ଘରେ କାତି ବିକ୍ରି ପାଇଁ ମୂଲଚାଲ ଚାଲିଥିବାବେଳେ ୧୫ ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/k-3.jpg)