ଜୟପୁର: ଦେଢ଼ ମାସ ମଧ୍ୟରେ ଜୟପୁର ବନବିଭାଗ ଆଉ ଗୋଟିଏ ବଜ୍ରକାପ୍ତା ଜବତ କରିଛି। ଏଥି ପୂର୍ବରୁ ଗତ ନଭେମ୍ବର ୨୬ତାରିଖରେ ବୈପାରୀଗୁଡା ରେଂଜରେ ଗୋଟିଏ ଧରା ପଡ଼ିଥିବା ବେଳେ ଏବେ ଆଉ ଗୋଟିଏ ବୋରିଗୁମ୍ମା ରେଂଜରେ ଜବତ ହୋଇଛି। ଜଣେ ବଜ୍ରକାପ୍ତା ବ୍ୟବସାୟୀଙ୍କ ଠାରୁ ନାଟକୀୟ ଡ଼ଙ୍ଗରେ ଜୟପୁର ବନବିଭାଗ ଓ ବନ ଭିଜିଲାନସ୍ ବିଭାଗ ବଜ୍ରକାପ୍ତା ଜବତ କରିବା ସହ ଜଣକୁ ଗିରଫ କରିଛି। ଜବତ ବଜ୍ରକାପ୍ତାର ଓଜନ ୧କିଲୋ ୭୦୦ଗ୍ରାମ ହେବ ବୋଲି କହିଛନ୍ତି ଏସିଏଫ୍ଓ ସୁବାସ ଚନ୍ଦ୍ର ଖୁଣ୍ଟିଆ।
ମିଳିଥିବା ସୂଚନା ମୁତାବକ, ଭିଜିଲାନସ୍ ଏସପି ଜୟପୁର ଓ ବନବିଭାଗ ଡିଏଫଓ କୌଣସି ସୂତ୍ରରୁ ସୂଚନା ପାଇ ବୋରିଗୁମ୍ମା ରେଂଜର କାଠରଗଡା ଅଂଚଳର ଚମ୍ପାପଦର ଗାଁର ଦାମ ଗୌଡ଼ଙ୍କ ନିକଟରୁ ଗୋଟିଏ ପୁରୁଷ ବଜ୍ରକାପ୍ତା ଜବତ କରିଛନ୍ତି। ଏନଫୋର୍ସମ୍ୟାଣ୍ଟ ଏସିଏଫ୍ଓ ସୁବାସ ଚନ୍ଦ୍ର ଖୁଣ୍ଟିଆ, ମୁଖ୍ୟାଳୟ ଏସିଏଫ୍ ପ୍ରତ୍ୟଶ ମିଶ୍ରଙ୍କ ନେତୃତ୍ବରେ ଏକ ୧୨ଜଣିଆ ଦଳ ବ୍ୟବସାୟୀଙ୍କ ଭଳି ବେଶ ବଦଳାଇ ଚମ୍ପାପଦର ଗାଁକୁ ଯାଇଥିଲେ।
/sambad/media/post_attachments/wp-content/uploads/2021/01/jpr-pangolin-1-5-1024x474.jpg)
ଅଭିଯୁକ୍ତ ଦାମଙ୍କ ନିକଟକୁ ବ୍ୟବସାୟୀ ପରି ଯାଇ ବଜ୍ରକାପ୍ତା କିଣିବାକୁ ଦର ଧାର୍ଯ୍ୟ କରିଥିଲେ। ଦାମ ଏହାକୁ ୨ଲକ୍ଷ ଟଙ୍କାରେ ବିକ୍ରି କରିବାକୁ କହିଥିଲେ। ତାକୁ ଅଗ୍ରୀମ ୨୦ହଜାର ଟଙ୍କା ଦେବା ସହ ବଜ୍ରକାପ୍ତାକୁ ଆଣିବାକୁ କହିଥିଲେ। ସେ ବଜ୍ରକାପ୍ତା ଆଣିବା ପରେ ତାକୁ ଜବତ କରିବା ସହ ଅଭିଯୁକ୍ତ ଦାମକୁ ଗିରଫ କରିଥିଲେ। ଲକ୍ଷାଧିକ ଟଙ୍କାର ଏହା ପୁରୁଷ ବଜ୍ରକାପ୍ତା ବୋଲି କହିଛନ୍ତି ଏସିଏଫଓ ଶ୍ରୀ ଖୁଣ୍ଟିଆ। ଏହି ଚଢ଼ଉରେ ବୋରିଗୁମ୍ମା ଭାରପ୍ରାପ୍ତ ରେଂଜର ଦିଲ୍ଲୀପ ପଟ୍ଟନାୟକ, ଫରେଷ୍ଟର ସଚ୍ଚିଦାନନ୍ଦ ପରିଡ଼ା, ଦେବେନ୍ଦ୍ର ପଟ୍ଟନାୟକ, ଗଗନ ବିହାରୀ ପଣ୍ଡା ଏବଂ ବୈପାରୀଗୁଡା ରେଂଜର ୧୧ଜଣ ଫାରାଷ୍ଟାଫ୍ ଏଥିରେ ଭାଗ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/jpr-pangolin-1-2.jpg)