ଚାଲାଣ ପୂର୍ବରୁ ବଜ୍ରକାପ୍ତା ଉଦ୍ଧାର, ଜଣେ ଅଭିଯୁକ୍ତ ଅଟକ

ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ ଏସ୍‌ଟିଏଫ୍‌କୁ ବଡ଼ ସଫଳତା ମିଳିଛି। ଚାଲାଣ ପୂର୍ବରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି। ବନ ବିଭାଗ ଦ୍ବାରା ଜଣେ ଅଭିଯୁକ୍ତ ଅଟକ ଥିବା ଜଣାଯାଇଛି।

ସୂଚନା ଅନୁଯାୟୀ ଉତ୍ତର ବନଖଣ୍ଡ ଅଧୀନ କେରାଣ୍ଡିଖୁଣ୍ଟି ଠାରେ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଥିବା ବେଳେ ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖଛି ଏସ୍‌ଟିଏଫ୍‌। ରେଞ୍ଜ୍ ଅଧିକାରୀ ପ୍ରଶାନ୍ତ କୁମାର ପାଲ୍‌ଙ୍କ ସୂଚନା ଅନୁଯାୟୀ ନର୍ଲା ବ୍ଲକ୍ ଅଧିନ ଟକର୍ଲା ଗ୍ରାମର ଆଇବନ କୁମାରଙ୍କ ପୁଅ ଜିତେନ୍ଦ୍ର କୁମାର (୩୧)ନାମକ ବ୍ୟକ୍ତି କୌଣସି ଅଞ୍ଚଳରୁ ଉକ୍ତ ଜୀବନ୍ତ ବଜ୍ରକାପ୍ତା ଆଣି ବିକ୍ରି କରିବା ଉଦ୍ଦେଶ୍ୟରେ କେରାଣ୍ଡିଖୁଣ୍ଟିରେ ରଖିଥିଲେ।

ତେବେ ବିକ୍ରି କରିବା ପୂର୍ବରୁ ଏସଟିଏଫ୍ ଦଳ କୌଣସି ସୂତ୍ରରୁ ଖବର ପାଇ ବଜ୍ରକାପ୍ତା ଉଦ୍ଧାର କରିବା ସହ ନର୍ଲା ରେଞ୍ଜ ଅଧିକାରୀ ଶ୍ରୀ ପାଲ୍‌ଙ୍କୁ ହସ୍ତାନ୍ତର କରିଥିଲେ । ଉଦ୍ଧାର ବଜ୍ରକାପ୍ତାର ଓଜନ ୧୩ କିଲୋ ଥିବା ବେଳେ ବର୍ତ୍ତମାନ ନର୍ଲା ବନ ବିଭାଗ କାର୍ଯ୍ୟାଳୟରେ ରଖାଯାଇ ଅଧିକ ତଦନ୍ତ ଜାରି ରହିଛି । ଅଭିଯୁକ୍ତଙ୍କୁ ଜେରା ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ରେଞ୍ଜ ଅଧିକାରୀ ଶ୍ରୀ ପାଲ। ଘଟଣାର ତଦନ୍ତ କରୁଛନ୍ତି ଏସିଏଫ୍‌ ଜିତେନ୍ଦ୍ର ସାହୁ।

ତେବେ ନର୍ଲା ଅଞ୍ଚଳରେ ବଜ୍ରକାପ୍ତା ଉଦ୍ଧାର ହେବାର ପ୍ରଥମ ଘଟଣା ହୋଇଥିବାରୁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଥାଉକି ନର୍ଲା ବ୍ଳକ ଅଧିନ ବଫଲା ଗ୍ରାମରୁ ଏହା ପୂର୍ବରୁ ଅନେକ ବାଘଛାଲ ଏସଟିଏଫ୍ ଦଳ ଜବତ କରିଥିବା ବେଳେ ପୁଣି ଆଜି ବଜ୍ରକାପ୍ତା ଉଦ୍ଧାର ହୋଇଛି। ଏହା ସହ ଦୁଇଟି ହାତୀର ମୃତ୍ୟୁ ଘଟଣା ବନ ବିଭାଗ ପାଇଁ ଚିନ୍ତାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର