ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ପାନଗୁଟୁଖା ଉପରେ କଟକଣା ଜାରି ହେଲା। ପାନଗୁଟୁଖାକୁ ନିଷିଦ୍ଧ କଲା ଶ୍ରୀମନ୍ଦିର ପ୍ରଶାସନ। ବରାହ ପୁରାଣ ଆଧାରରେ କଟକଣା ଜାରି କରାଯାଇଛି। ଜାନୁଆରୀ ୧ରୁ ଡ୍ରେସକୋଡ୍ ଭଳି ପାନଗୁଟୁଖାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ।
ତାଙ୍କର ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ଭିତରେ କେହି ପାନଗୁଟୁଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ। ଏପରିକି ସେବାୟତଙ୍କୁ ବି ପାନଗୁଟୁକା ଖାଇବା ଉପରେ କଟକଣା ଲାଗିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/Jagannath-Temple.jpg)