ଡାଲି, ଚାଉଳ ଠାରୁ ଆରମ୍ଭ କରି ସମସ୍ତ ଖାଦ୍ୟ ସାମଗ୍ରୀ ଉପରେ ଜମୁଛି କଳା ଧୂଳିର ଆସ୍ତରଣ
ସେଡ୍ ୧୫୦, ଜାଗା ମାଡ଼ି ବସିଛନ୍ତି ୨୦୦
ଥଇଥାନ ନାଁରେ ଆର୍ଏମ୍ସି ଅଧିକାରୀ ମାଲେମାଲ୍
ରାଉରକେଲା : ସହରର ପ୍ରବେଶ ପଥ ପାନପୋଷ ଏନ୍ଏସି ମାର୍କେଟରେ ନିର୍ମାଣ ହେବ ଅତ୍ୟାଧୁନିକ ମାର୍କେଟ। ସ୍ମାର୍ଟ ସିଟିର ଏହି ସ୍ମାର୍ଟ ମାର୍କେଟ ପାଇଁ ଖର୍ଚ୍ଚ ହେବ ପ୍ରାୟ ୩୮ କୋଟିରୁ ଅଧିକ। ନିର୍ମାଣ ପୂର୍ବରୁ ପ୍ରାୟ ୧୫୦ ଦୋକାନୀଙ୍କୁ ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ପକ୍ଷରୁ ସରକାରୀ ସ୍ବୟଂ ଶାସିତ କଲେଜ ପାର୍ଶ୍ବରେ ଥଇଥାନ କରାଯାଇଛି। ଏଠାରେ ନିର୍ମାଣ ହୋଇଛି ୧୫ଫୁଟ୍ ଲମ୍ବ, ୧୦ ଫୁଟ୍ ଚଉଡାର ଅସ୍ଥାୟୀ ଟିଣ ସେଡ୍ ଦୋକାନ। ଭଡ଼ା ବାବଦରେ ଆର୍ଏମ୍ସି ପ୍ରତ୍ୟେକ ଦୋକାନୀଙ୍କ ଠାରୁ ଆଦାୟ କରୁଛନ୍ତି ପ୍ରାୟ ୭୦୦ ଟଙ୍କା। ସବୁ କିଛି ସୁବିଧା ସୁଯୋଗ ଦେବାକୁ ବିଭାଗୀୟ ଅଧିକାରୀ ଦୋକାନୀଙ୍କୁ ପ୍ରତିଶ୍ରୁତି ଦେଇ କାମ ସାରି ଦେଇଛନ୍ତି। ଆର୍ଏମ୍ସି ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତିକୁ ଚାହିଁ ବସିଥିବା ୧୫୦ ଦୋକାନୀ ଦୈନିକ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପାଣି ସିଞ୍ଚନ ହେଉ ନଥିବାରୁ କଳା ଧୂଳି ଉଡି ଦୋକାନ ପୋତି ପଡୁଛି। ଡାଲି, ଚାଉଳ ଠାରୁ ଆରମ୍ଭ କରି ସମସ୍ତ ଖାଦ୍ୟ ସାମଗ୍ରୀ ଉପରେ ଜମୁଛି କଳା ଧୂଳିର ଆସ୍ତରଣ। କେବଳ ଖାଦ୍ୟ ପଦାର୍ଥ ନୁହେଁ ଦୋକାନୀମାନେ ମଧ୍ୟ କଳା ଧୂଳିରେ କଳା ହୋଇଯାଉଛନ୍ତି।
/sambad/media/post_attachments/wp-content/uploads/2021/03/panposa.jpg)
ଦିନେ କି ଦୁଇ ଦିନ ନୁହେଁ ପ୍ରାୟ ପ୍ରତ୍ୟେକ ଦିନ ଦୋକାନୀମାନେ ଏଭଳି ଦହଗଞ୍ଜ ହେଉଛନ୍ତି। ବାରମ୍ବାର ଆର୍ଏମ୍ସିର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। କିନ୍ତୁ କାହାରି ପାଖରେ ଏମାନଙ୍କ ଦୁଃଖ ଶୁଣିବାକୁ ସମୟ ନାହିଁ। ଖାଇବା ଜିନିଷ ସବୁ କଳା ପଡିଯାଇଥିବାରୁ ଗ୍ରାହକମାନେ ଏସବୁ ଜିନିଷ କିଣିବାକୁ ଏତେଟା ଆଗ୍ରହ ପ୍ରକାଶ କରୁ ନାହାନ୍ତି। କଳାଧୂଳି ନ ଉଡିବାକୁ ଆର୍ଏମ୍ସିର ବିଭାଗୀୟ ଅଧିକାରୀ ରାସ୍ତା ନିର୍ମାଣ କରିବାକୁ କହିଥିଲେ। କିନ୍ତୁ ଆଜି ଯାଏ ରାସ୍ତା ନିର୍ମାଣ ହୋଇ ପାରିଲା ନାହିଁ କି ଦୁଇ ଓଳି ପାଣି ସିଞ୍ଚନର ବ୍ୟବସ୍ଥା ହେଲା ନାହିଁ। ପାର୍କିଂ ବ୍ୟବସ୍ଥା ନାହିଁ। ଯେଉଁଠି ଗାଡି ପାର୍କିଂ କରିବାକୁ ନାମଫଳକ ଲାଗିଛି। ସେହି ଜାଗାରେ ଗଢ଼ି ଉଠିଛି ଶହ ଶହ ବେଆଇନ ଗୁମୁଟି। ଫଳରେ ମାର୍କେଟକୁ ଆସୁଥିବା ଗ୍ରାହକମାନେ ଗାଡି ରଖିବାକୁ ଜାଗା ଖୋଜୁଛନ୍ତି। ବାଧ୍ୟ ହୋଇ ଦୋକାନ ଆଗରେ ଗାଡି ପାର୍କିଂ କରୁଛନ୍ତି। ଆର୍ଏମ୍ସି ଅଧିକାରୀ ଦେଖୁଛନ୍ତି, ହଟାଇବା ପରିବେର୍ତ୍ତ ମୋଟା ରକମର ହାତଗୁଞ୍ଜା ନେଇ ଗୁମୁଟି ପକାଇକାକୁ ଅନୁମତି ଦେଉଛନ୍ତି। ଏମିତି ଭାବେ ମାର୍କେଟରେ ପ୍ରାୟ ୧୬୦ରୁ ୧୮୦ ଦୋକାନୀ ଆଇନ ସମ୍ମତ ଥିବାବେଳେ ୨୦୦ରୁ ଅଧିକ ବେଆଇନ ଗୁମୁଟି ଓ ଦୋକାନ ଗଢ଼ି ଉଠିଛି।
/sambad/media/post_attachments/wp-content/uploads/2021/03/panposa2.jpg)
ସବୁଠୁ ଆଶ୍ଚର୍ଯ୍ୟ କଥା, ଏଠାରେ ଥଇଥାନ ଦୋକାନୀଙ୍କ ଠାରୁ ବଡ ବଡ ଦୋକାନ ବେଆଇନ ଭାବେ ଖୋଲିଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୁନ୍। ଅନୁରୂପ ଭାବେ ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କ ନିର୍ମାଣ ହୋଇଛି ଶୌଚାଳୟ। ଏଠି ମଧ୍ୟ ସେହି ସମାନ ଅବ୍ୟବସ୍ଥା। ଶୌଚାଳୟରେ ଅଧିକାଂଶ ସମୟରେ ପାଣି ଆସୁନି। ଶୋଷ ମେଣ୍ଟାଇବାକୁ ଶୌଚାଳୟ ଆଗରେ ଲାଗିଛି ୮ରୁ ଅଧିକ ପାଣି ପଏଣ୍ଟ। କିନ୍ତୁ ଗୋଟିଏ ହେଲେ ପଏଣ୍ଟରେ ପାଣି ଆସୁନି। ଦୋକାନୀମାନେ ପାଣି ଆଣିବାକୁ ସରକାରୀ କଲେଜ କିମ୍ବା ପାନପୋଷ ଛକକୁ ଯାଉଛନ୍ତି। ଗୋଟିଏ କି ଦୁଇଟି ନୁହେଁ ଏମିତି ଅନେକ ସମସ୍ୟାର ମାର୍କେଟରେ ରହିଛି। ଏସବୁ ସମାଧାନ କରିବା ପରିବର୍ତ୍ତେ ଦାୟିତ୍ବରେ ଥିବା ଅଧିକାରୀ ବେଆଇନ ଦୋକାନ ନିର୍ମାଣ କରୁଥବା ବ୍ୟବସାୟୀଙ୍କୁ ଥଇଥାନରେ ମାତିଛନ୍ତି। ଗୋଟିଏ ଗୋଟିଏ ଦୋକାନ ପିଛା ୧୦ରୁ ୨୦ ହଜାର ଟଙ୍କା ଆଦାୟ କରୁଛନ୍ତି। ଏଠାରେ ମଧ୍ୟ ଢ଼ାବା ଖୋଲିବାକୁ ଅନୁମତି ଦେବାକୁ ବିଭାଗୀୟ ଅଧିକାରୀ ପଛାଇ ନାହାନ୍ତି। ଯେଉଁଠି ଦିନ ରାତିରେ ସବୁବେଳେ ମଦ ବିକ୍ରି ହେଉଥିବା ସ୍ଥାନୀୟ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ଆର୍ଏମ୍ସି କମିଶନରଙ୍କ ଦୃଷ୍ଟି ଆଢ଼ୁଆଳରେ ଚାଲିଥିବା ଏସବୁ ବେଆଇନ କାମର ତଦନ୍ତ କରି ସମ୍ପୃ୍କ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/panposa4.jpg)