ଭୁବନେଶ୍ୱର: ସୋସିଆଲ ମିଡିଆରେ ସେନସେସନ୍ ପାଲଟିଥିବା ରାନୁ ମଣ୍ଡଳ ବଲିଡଡ୍ ସଂଗୀତ ନିର୍ଦେଶକ ହିମେଶ ରେଶମିୟାଁଙ୍କ ସହ ଯେଉଁ  ଗୀତ ରେକର୍ଡ କରିଛନ୍ତି, ତାର ଏକ ଛୋଟିଆ ଭିଡିଓ ଏବେ ସୋସିଆଲ ମିଡିଆରେ ଛାଇ ହୋଇଯାଇଛି । ଆଉ ଏହି ଗୀତ କୋଟି କୋଟି ଭାରତୀୟଙ୍କ ମନକୁ ଛୁଇଁଥିବା ବେଳେ, ଅନେକ ମଧ୍ୟ ଏହି ଭିଡିଓର ନକଲ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଆଉ ଏମାନଙ୍କ ତାଲିକାରେ ପପୁ ପମପମ୍ ବି ସାମିଲ ହୋଇ ବିବାଦ ଘେରକୁ ଆସିଛନ୍ତି। ବହୁ ଲୋକ ଏଥିପାଇଁ ପପୁ ପମପମଙ୍କୁ ସମାଲୋଚନା କରିଛନ୍ତି।
ତେବେ ଏହି ଘଟଣାକୁ ନେଇ ପପୁ ମୁହଁ ଖୋଲିଛନ୍ତି।
/sambad/media/post_attachments/wp-content/uploads/2019/08/eb27efb49dd63f869255d518dc9586e1.jpg)
ପପୁ କହିଛନ୍ତି, ‘ମୁଁ ମଧ୍ୟ ରାନୁ ମଣ୍ଡଳଙ୍କୁ ପ୍ରଶଂସା ଓ ସମ୍ମାନ କରେ । ରାନୁଙ୍କ ନକଲ କରି ଅଭିନୟ କରିବା ତାଙ୍କୁ ଅସମ୍ମାନ କରିବା ଉଦ୍ଦେଶ୍ୟରେ କରାଯାଇନାହିଁ। ଏମିତି ଅନେକ ଲୋକ ତାଙ୍କର ନକଲ କରିଛନ୍ତି। ଟିକଟକ୍ରେ ଏମିତି ଅନେକ ଭିଡିଓ ପୋଷ୍ଟ ଓ ସେୟାର ବି ହୋଇଛି। ମୁଁ ରାନୁଙ୍କୁ ଏକା ନକଲି କରି ନାହିଁ, ତାଙ୍କୁ ଅନେକ ନକଲ କରିଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।’
/sambad/media/post_attachments/wp-content/uploads/2019/08/download-1-16.jpg)
ପପୁଙ୍କ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି କି, ଯେଉଁ ଭଳିଭାବେ ରାନୁ ମଣ୍ଡଳ ଗୀତ ଗାଉଥିଲେ ଏବଂ ତାଙ୍କ ପାଖରେ ହିମେଶ ରେଶମିୟା ଛିଡା ହୋଇ ତାଙ୍କୁ ଉତ୍ସାହିତ କରୁଥିଲେ । ଠିକ୍ ସେହିପରି ପପୁ ଏକ ଶାଢି ପିନ୍ଧି ରାନୁ ମଣ୍ଡଳ ସାଜିଛନ୍ତି ଏବଂ ଆଉ ଜଣେ ବ୍ୟକ୍ତି ହିମେଶ ରେଶମିୟାଙ୍କ ଭଳି ତାଙ୍କୁ ଉତ୍ସାହିତ କରୁଛନ୍ତି । ଏଥିରେ ପପୁ ରାନୁଙ୍କ ସ୍ବରରେ ଗୀତ ଗାଇ ନକଲ କରୁଛନ୍ତି । ତେବେ ପପୁ ଜଣେ ଅଭିନେତା ହୋଇ ମଧ୍ୟ ପ୍ରତିକୂଳ ପରିସ୍ଥିତିରୁ ବାହାରି ଚର୍ଚ୍ଚିତ ହୋଇଥିବା ରାନୁଙ୍କୁ ନକଲ କରିବା ଏବେ ବିବାଦର ବିଷୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/PAPU.jpg)
