ଆଇସିୟୁରୁ ବାହାରିଲେ ପପୁ

ଭୁବନେଶ୍ୱର: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଓଲିଉଡ୍‌ର ହାସ୍ୟ ଅଭିନେତା ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁ ପମ୍‌ପମ୍‌। ଦେଢ଼ ମାସ ପରେ ଆଜି ପପୁଙ୍କୁ ଏମ୍‌ସ ହସ୍ପିଟାଲ୍‌ ଆଇସିୟୁ’ରୁ ସାଧାରଣ ଓ୍ଵାର୍ଡକୁ ସ୍ଥାନାନ୍ତର କରାଯାଇଛି। ପପୁ ଆଜି ପରିବାର ଲୋକଙ୍କ ସହ ଏମ୍‌ସ ହସ୍ପିଟାଲ୍‌ କ୍ୟାମ୍ପସ୍‌ରେ ବୁଲାବୁଲି କରିଛନ୍ତି। ବନ୍ଧୁମାନଙ୍କ ସହ ମୋବାଇଲ୍‌ ଫୋନ୍‌ ଯୋଗେ କଥା ମଧ୍ୟ ହୋଇଛନ୍ତି। ଦୁଇ ସପ୍ତାହ ମଧ୍ୟରେ ସେ ଭୁବନେଶ୍ୱର ଫେରିବେ ବୋଲି ବନ୍ଧୁମାନଙ୍କୁ କହିଥିବା ଜଣାପଡ଼ିଛି। ପପୁଙ୍କ ପତ୍ନୀ ତାଙ୍କ ନିକଟରେ ରହି ସେବା କରୁଥିବା ବେଳେ ସହଯୋଗୀ ଗିଟୁ, ବନ୍ଧୁ ଗୋକୁଳି ମଧ୍ୟ ଅଛନ୍ତି। ସୂଚନାଥାଉକି ଆଜି ସକାଳେ ପପୁଙ୍କୁ ଚିକିତ୍ସା କରୁଥିବା ଡାକ୍ତର ରିପୋଟ୍‌ର୍ ଦେଖି ଆଇସିୟୁରୁ ଡିସ୍‌ଚାର୍ଜ କରିଥିଲେ। ରଜରେ ପପୁଙ୍କ ଦୁଇଟି ଫିଲ୍ମ ‘୪ ଇଡିଏଟ୍‌’ ଓ ‘ସୁନ୍ଦରଗଡ଼ର ସଲମାନଖାନ’୍‌ ରିଲିଜ୍‌ ହୋଇଥିବାରୁ ସେ ଫିଲ୍ମର ସଫଳତା ନେଇ ଶୁଭେଚ୍ଛା ଜଣାଇଛନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ ଏବେ ସେ ସଂପୂର୍ଣ୍ଣ ସୁସ୍ଥ। ଏନେଇ ପପୁ ସ୍ୱାସ୍ଥ ମନ୍ତ୍ରୀ ପ୍ରତାପ ଜେନା ଓ ଚଳଚ୍ଚିତ୍ର ନିଗମ ନିକଟରେ ନିଜର କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର