ପପୁ ପମ୍‌ପମ୍‌ ଗୁରୁତର : ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଯିବେ

ଭୁବନେଶ୍ୱର : ଓଲିଉଡ଼୍‍ ହାସ୍ୟ ଅଭିନେତା ତତ୍ତ୍ୱ ପ୍ରକାଶ ଶତପଥୀ ଓରଫ ପପୁ ପମ୍‌ପମ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଛି। ବର୍ତମାନ ସେ ଖଣ୍ଡଗିରି ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ ହେଁ ସ୍ଥିତି ସଙ୍କଟାପନ୍ନ ଥିବାରୁ ତାଙ୍କୁ ଦିଲ୍ଲୀ ଏମ୍‌ସ ନେବାକୁ ପରିବାର ଲୋକ ଯୋଜନା କରିଛନ୍ତି। ମଙ୍ଗଳବାର ସକାଳେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ନେବାକୁ ପରିବାର ଲୋକ ଯୋଜନା କରିଛନ୍ତି।

ପପୁଙ୍କ ସହଯୋଗୀଙ୍କ ସୂଚନା ଅନୁଯାୟୀ, ପପୁ ଏକ ଚଳଚ୍ଚିତ୍ରର ସୁଟିଂ ପାଇଁ ରାଜ୍ୟ ବାହାରେ କିଛିଦିନ ରହି ସୁଟିଂ କରୁଥିଲେ। ଏପରିକି କିଛି ଦିନ ପାଇଁ ସୁଟିଂରେ ଥାଇଲ୍ୟାଣ୍ଡ ଯାଇଥିଲେ। ବାହାରେ ଖାଦ୍ୟପାନୀୟରେ ଅସୁବିଧା ହେବାରୁ ସେ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ସୁଟିଂ ଅଧାରୁ ସେ ଶନିବାର ଓଡ଼ିଶା ଫେରି ଆସିଥିଲେ। ପରିବାର ଲୋକ ତାଙ୍କୁ ଖଣ୍ଡିଗରି ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ସମୟରେ ଜଣାପଡ଼ିଥିଲା ଯେ, ତାଙ୍କର ପାନକ୍ରିୟାସର ସଂକ୍ରମଣ ହୋଇଛି। ଏହାପରେ ପପୁଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲେ ହେଁ ସ୍ଥିତି ନ ସୁଧୁରିବାରୁ ପରିବାର ଲୋକ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରିବାକୁ ଯୋଜନା କରିଛନ୍ତି।

ସମ୍ବନ୍ଧିତ ଖବର