କଟକ : ବହୁଚର୍ଚ୍ଚିତ ପପୁ ପମ୍‌ପମ୍‌ କାଷ୍ଟିଂ କାଉଚ୍‌ ମାମଲାରେ ପୀଡ଼ିତାଙ୍କ ବାପା ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ ନ୍ୟାୟାଳୟରେ ସାକ୍ଷ୍ୟପ୍ରଦାନ କରିଛନ୍ତି। ପୀଡ଼ିତାଙ୍କ ବୟାନ ଟିଭିରେ ପ୍ରସାରିତ ହୋଇଥିବା ଜଣେ ପାନଦୋକାନୀଙ୍କ ଠାରୁ ଶୁଣିଥିବା ସେ କୋର୍ଟରେ ଦର୍ଶାଇଥିଲେ। ଏ ନେଇ ପୀଡ଼ିତାଙ୍କୁ ପଚାରିଥିଲେ ମଧ୍ୟ ସେ କୌଣସି କଥା ବାପାଙ୍କ ଆଗରେ ପ୍ରକାଶ କରି ନଥିବା ସାକ୍ଷ୍ୟ ପ୍ରଦାନ ବେଳେ ସେ ଉଲ୍ଲେଖ କରିଥିଲେ । ସେହିପରି ପୀଡ଼ିତା ଜଣେ ନାବାଳିକା ଥିବା ସେ କୋର୍ଟଙ୍କୁ ଅବଗତ କରାଇଥିଲେ। ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଦାମୋଦର ରଥଙ୍କ ଇଜିଲାସରେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୭ ତାରିଖକୁ ଧାର୍ଯ୍ୟ ହୋଇଛି । ଏହି ଦିନ ପୀଡ଼ିତା ନିଜେ ସାକ୍ଷ୍ୟ ପ୍ରଦାନ କରିବେ। ଅଭିଯୁକ୍ତ ପପୁ ପମ୍‌ପମ ଓ ତାଙ୍କ ସହଯୋଗୀ ଟୁଟୁଙ୍କ ପକ୍ଷରୁ ଆଇନଜୀବୀ ଦେବସ୍ନାନ ଦାସ ଏବଂ ପ୍ରତିପକ୍ଷଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର କୈଳାସ ପଟ୍ଟନାୟକ ମାମଲା ପରିଚାଳନା କରୁଛନ୍ତି ।