ପପୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଆଜି ଅପରାହ୍ନରେ ଏୟାର ଆମ୍ବୁଲାନ୍‌ସ ଯୋଗେ ଏମ୍‌ସ ନିଆଗଲା

ଭୁବନେଶ୍ୱର: ଓଲିଉଡ୍‌ର ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ସ୍ୱାସ୍ଥାବସ୍ଥା ସୋମବାର ଅପରାହ୍ନରେ ହଠାତ୍‌ ଅଧିକ ଖରାପ ହୋଇପଡ଼ିଥିଲା। ଅଧିକ ଚିକିତ୍ସା ନିମନ୍ତେ ପପୁଙ୍କୁ ମଙ୍ଗଳବାର ଅପରାହ୍ନରେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ପପୁଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରିବା ସମୟରେ ମେଡିକାଲରେ ଓଡ଼ିଆ ଫିଲ୍ମ ଜଗତର ବହୁ କଳାକାର ଉପସ୍ଥିତ ଥିଲେ। ପପୁ ଶୀଘ୍ର ଭଲ ହୋଇ ଫେରି ଆସିବେ ବୋଲି ସମସ୍ତେ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ତିନି ଦିନ ତଳେ ଅସୁସ୍ଥ ପପୁଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଉଥିଲା। ତାଙ୍କର ପାନକ୍ରିୟାସ (ଅଗ୍ନ୍ୟାଶୟ) ଜନିତ ସମସ୍ୟା ଦେଖାଦେଇଛି।

ସୂଚନା ଅନୁଯାୟୀ, ତିନି ଦିନ ତଳେ ସୁଟିଂ ସେଟରୁ ଘରକୁ ଫେରିବା ସମୟରେ ପପୁଙ୍କ ଶରୀର ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲା। ତାଙ୍କୁ ସଙ୍ଗେସଙ୍ଗେ ଖଣ୍ଡଗିରି ନିକଟସ୍ଥ ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା। ପପୁ ଅସୁସ୍ଥ ହେବା ଖବର ପାଇବା ମାତ୍ରେ ତାଙ୍କ ଅଜସ୍ର ପ୍ରଶଂସକ ଓ ବନ୍ଧୁ ପପୁଙ୍କୁ ଭେଟିବା ପାଇଁ ହସ୍‌ପିଟାଲ ଆଗରେ ଭିଡ ଜମାଇଛନ୍ତି। ପପୁ ଶୀଘ୍ର ସୁସ୍ଥ ହୋଇ ପୁଣି ସୁଟିଂରେ ଯୋଗ ଦିଅନ୍ତୁ ଓ ସମସ୍ତଙ୍କୁ ହସାନ୍ତୁ ବୋଲି ଇଶ୍ୱରଙ୍କ ପ୍ରାର୍ଥନା ଲାଗି କରୁଛନ୍ତି ତାଙ୍କ ପ୍ରଶଂସକ।

ସମ୍ବନ୍ଧିତ ଖବର