ଆଶାଆଶଙ୍କାରେ ପରବ-୨୦୨୧: ରୌପ୍ୟ ଜୟନ୍ତୀ ସମାରୋହ ହେବା ନେଇ ସନ୍ଦେହ

କୋରାପୁଟ: ଆସନ୍ତା ମାସ ୧୭ରୁ କୋରାପୁଟ ଜିଲ୍ଲାରେ  ତିନିଦିନିଆ ପରବ-୨୦୨୧ ହେବା ନେଇ ସନ୍ଦେହ ଦେଖାଯାଇଛି ।  କୋଭିଡ-୧୯ର ନୂଆ ଭାରିଏଣ୍ଟ ଓମିକ୍ରନ ପ୍ରଭାବରେ ତୃତୀୟ ଲହର ଆସିବା ଆଶଙ୍କା ଥିବାରୁ ପରବ ଉପରେ ପ୍ରଶ୍ନ ଲାଗିଛି। ମଙ୍ଗଳବାର ଏନେଇ ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଏକ ବୈଠକ ବସିବ ।

ଏଥିରେ ଯେଉଁ ନିଷ୍ପତ୍ତି  ନିଆଯିବ ତାହା ପରବ-୨୦୨୧ର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ଜଣାପଡିଛି । ରୌପ୍ୟ ଜୟନ୍ତୀ ସମାରୋହ ଏପେଟ କୋଟିଆର ନେରେଡିବାଲସାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହାସହ ଓରମାସ ପକ୍ଷରୁ ଷ୍ଟଲ ଆବଣ୍ଟନ  ସହ ତୋରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତୃତୀୟ ଲହର ଆଶଙ୍କା ରହିଥିବାରୁ ଗତ ଦୁଇବର୍ଷ ପରି ଚଳିତବର୍ଷ ମଧ୍ୟ କରୋନା ଯୋଗୁଁ ପରବ ହେବା ଆଶାଅଶଙ୍କା ମଧ୍ୟକୁ ଠେଲି ହୋଇଯାଇଛି ।

ଚଳିତବର୍ଷ ରୌପ୍ୟ ଜୟନ୍ତୀ ପାଳିତ ହେବାକୁ ରହିଥିବାରୁ ଏହାକୁ ସ୍ମରଣୀୟ କରିବାକୁ ହୋଇଥିଲା ଯୋଜନା । ଅନ୍ୟପକ୍ଷରେ ପୁଟସିଲରେ ହେବାକୁ ରହିଥିବା ଇକୋରିଟ୍ରିଟ୍ ମଧ୍ୟ ଆଶାଆଶଙ୍କା ମଧ୍ୟକୁ ଠେଲି ହୋଇଯାଇଛି ।

ସମ୍ବନ୍ଧିତ ଖବର