ସ୍ୱଳ୍ପ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ପାରାସିଟାମଲ୍ ହିଁ ଯଥେଷ୍ଟ : ବିଶେଷଜ୍ଞ

ନୁଆଦିଲ୍ଲୀ: କରୋନାର ସ୍ୱଳ୍ପ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ପାରାସିଟାମଲ୍ ହିଁ ଯଥେଷ୍ଟ । ଆଜିଥ୍ରୋମାଇସିନ୍ ଓ ମଲୁନୋପିରାଭିର ଭଳି ଆଣ୍ଟିବାୟ‌ୋଟିକର ବହୁଳ ବ୍ୟବହାର ନେଇ ଚିନ୍ତା ବ୍ୟକ୍ତକରିଛନ୍ତି ବିଶେଷଜ୍ଞ । ବିଶେଷଜ୍ଞଙ୍କ ମତରେ ଯେଉଁ ରୋଗୀ କରୋନା ଟିକା ନେଇନାହାନ୍ତି ଏବଂ ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ, ସେମାନଙ୍କ ପାଇଁ ଚିକିତ୍ସାର ଆବଶ୍ୟକତା ରହିଛି । ସେମାନଙ୍କ କ୍ଷେତ୍ରରେ ମଲୁନୋପିରାଭିରର ଆବଶ୍ୟକତା ରହିଛି । ରାଷ୍ଟ୍ରୀୟ କୋଭିଡ୍ ଟାକ୍ସ ଫୋର୍ସର ସଦସ୍ୟ ସଂଜୟ ପୂଜାରୀ କହିଛନ୍ତି, ସ୍ୱଳ୍ପ ଲକ୍ଷଣରୁ ରକ୍ଷା ପାଇଁ ମଲୁନୋପିରାଭିର ବ୍ୟବହାର ପାଇଁ ଅନୁମତି ଦିଆଯାଇନାହିଁ । କରୋନାର ସ୍ୱଳ୍ପ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ପାରାସିଟାମଲ୍ ହିଁ ଯଥେଷ୍ଟ।

ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ, ସ୍ୱଳ୍ପ ଲକ୍ଷଣ ଥିବା ଲୋକେ ଅଧିକ ଭୟଭୀତ ହୋଇଉଠୁଛନ୍ତି । ବିନା ପରାମର୍ଶରେ ମେଡିସିନ୍ ନେଉଥିବା ଘଟଣା ମଧ୍ୟ ସାମ୍ନାକୁ ଅସିଥିବା ଜଣାପଡିଛି । ତେବେ ଏଭଳି ପରିସ୍ଥିତିରେ ଭୟଭୀତ ନହେବା ପାଇଁ ପରାମର୍ଶ ଦିଆଯାଇଛି । ବିନା ପରାମର୍ଶରେ ଔଷଧ ନ ଖାଇ ପରାମର୍ଶ ନେଇ ଔଷଧ ଖାଇବାକୁ କୁହାଯାଇଛି।

ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୧୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୦ ରୁ ୧୮ ବର୍ଷ ମଧ୍ୟରେ ୧୦୧୬ ଥିବାବେଳେ ସଙ୍ଗରୋଧରୁ ୬୪୭୯ ଜଣ ଓ ୪୬୯୮ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି | ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୪୨୪, ସୁନ୍ଦରଗଡରୁ ୨୧୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି ଜାନୁଆରୀ ପହିଲାରୁ ଏଯାଏଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବାବଦରେ ଆଲୋଚନା କଲେ ଦିନକୁ ଦିନ ଏହା ବଢୁଥିବା ଦେଖିବାକୁ ମିଳିଛି |

ସମ୍ବନ୍ଧିତ ଖବର