ପାରାଦୀପରେ ଚାଞ୍ଚଲ୍ୟ, କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟିର ବାରଣ୍ଡାରେ ପଡ଼ିରହିଛି ଶବ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ପାରାଦୀପ ଅଞ୍ଚଳରେ ଏକ ଶବ ପଡ଼ିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ପାରାଦୀପର ଅଠରବାଙ୍କୀସ୍ଥିତ କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ପାରାଦୀପ ଶାଖାର ବାରଣ୍ଡାରେ ପଡ଼ି ରହିଛି ଶବ | ମୃତକଜଣକ ହେଲେ ବିଶ୍ଵଜିତ ସାହୁ। ସେ କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ପାରାଦୀପ ଶାଖାରେ କିରାଣି ଭାବେ କାମ କରନ୍ତି। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାର ନରେନ୍ଦ୍ରପୁର ଗ୍ରାମରେ ବୋଲି ଜଣାପଡ଼ିଛି |
ବିଶ୍ଵଜିତ ସାହୁ ପ୍ରତିଦିନ ଭଳି ଆଜି ମଧ୍ୟ ସକାଳେ ଗାଁରୁ ଆସି କାର୍ଯ୍ୟାଳୟରେ ପହଞ୍ଚିଥିଲେ। କିନ୍ତୁ କାର୍ଯ୍ୟାଳୟ ଖୋଲି ନ ଥିବା ହେତୁ ସେ ସେଠାରେ ବସି ରହିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବିଶ୍ଵଜିତ ସାହୁ ଦେହ ଭଲ ଲାଗୁ ନଥିବା କହି ସେଠାରେ ଶୋଇଥିଲେ। ତେବେ କିଭଳି ଭାବେ ତାଙ୍କର ମୃତ୍ୟୁ ହେଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
ଖବର ପାଇ ପାରାଦୀପ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଛି। କିନ୍ତୁ ମୃତ ନରେନ୍ଦ୍ରଙ୍କ ପରିବାର ଆସି ଲିଖିତ ଅଭିଯୋଗ ଦେବା ପରେ ପୁଲିସ ଶବ ବ୍ୟବଚ୍ଛେଦ କରାଇ ତଦନ୍ତ ଆରମ୍ଭ କରିବ ବୋଲି ଜଣାପଡ଼ଛି |

ସମ୍ବନ୍ଧିତ ଖବର