ରେକର୍ଡ: ୨୪ ଘଣ୍ଟାରେ ପାରାଦୀପ ବନ୍ଦରରୁ ୨୪ ଜାହାଜ ଅାଗମନ-ପ୍ରସ୍ଥାନ କଲେ

ପାରାଦୀପ: ପାରାଦୀପ ବନ୍ଦର ଇତିହାସରେ ନୂଅା  ରେକର୍ଡ ସୃଷ୍ଟି ହୋଇଛି। ମାତ୍ର ୨୪ ଘଣ୍ଟା ମଧ୍ୟରେ ପାରଦୀପ ବନ୍ଦରରେ ୨୪ଟି ପଣ୍ୟବାହୀ ଜାହଜ (ଅାଗମନ-ପ୍ରସ୍ଥାନ) ଯା’ଆସ କରି ରେକର୍ଡ କରିଛନ୍ତି।
ଗତକାଲି ସକାଳ ୫ଟାରୁ ଆଜି ସକାଳ ୫ଟା ମଧ୍ୟରେ ପାରାଦୀପ ବନ୍ଦର ଦେଇ ୨୪ଟି ଜାହଜ ଯିବା-ଅାସିବା କରିଛନ୍ତି। ଗତକାଲି ସକାଳ ୫ଟାରେ ଗୋଟିଏ ଜାହାଜ ବନ୍ଦର ଛାଡ଼ିଥିଲା। ଆଜି ସକାଳ ୫ଟାରେ ଅାଉ ଗୋଟିଏ ଜାହାଜ ଆସି ପାରାଦୀପ ବନ୍ଦର ମଧ୍ୟରେ ବର୍ଥ କରିଛି। ତେବେ ଗୁରୁତ୍ୱପୂର୍ଣ୍ଣ ହେଉଛି, ଗତକାଲି ସକାଳ ୫ଟାରେ ଜାହଜ ଛାଡ଼ିବା ଓ ଆଜି ୫ଟାରେ ଜାହାଜ ବର୍ଥ କରିବା ମଧ୍ୟରେ ଆଉ ୨୨ଟି ଜାହାଜ ମଧ୍ୟ ଯା’ଆସ କରିଛନ୍ତି। ବନ୍ଦରରେ ଚାଲିଥିବା ସିଫ୍ଟ ଡ୍ୟୁଟି ଅନୁଯାୟୀ, ଗତକାଲି ପ୍ରଥମ ସିଫ୍ଟରେ ୯ଟି ଜାହାଜ, ଦ୍ୱିତୀୟ ସିଫ୍ଟରେ ୭ଟି  ଓ ୩ୟ ସିଫ୍ଟରେ ୮ଟି ଜାହାଜ ଅାଗମନ-ପ୍ରସ୍ଥାନ କରିଥିବା ବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର