ପାରାଦୀପରେ ପ୍ରଡକ୍ଟ ଆପ୍ଲିକେସନ ଓ ଡେଭଲପ ସେଣ୍ଟରର ଶୁଭାରମ୍ଭ: ଭର୍ଚୁଆଲ ପ୍ଲାଟଫର୍ମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

ପାରାଦୀପ: ପାରାଦୀପରେ ଇଣ୍ଡିଆନ ଅଏଲ ଦ୍ୱାରା ଏହାର ବିଶୋଧନାଗାର ଓ ପେଟ୍ରୋକେମିକାଲ କଂପ୍ଲେକସ ସହ ୪୩ କୋଟି ଟଙ୍କାର ଏକ ପ୍ରଡକ୍ଟ ଆପ୍ଲିକେସନ ଓ ଡେଭଲପ ସେଣ୍ଟର, ପିଏଡିସି ପ୍ରତିଷ୍ଠା ହୋଇଛି । ଏହାକୁ ମିଳିତ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ଉଦଘାଟନ କରିଛନ୍ତି ।

୫ ଏକର ଜମି ଓ ୩ ହଜାର ୩୩୪ ବର୍ଗମିଟର ବିଶିଷ୍ଟ କ୍ଷେତ୍ରରେ ଏହି ପିଏଡିସି ପ୍ରତିଷ୍ଠା କରାଯାଇଛି । କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନା ପରିପ୍ରେକ୍ଷୀରେ ପିଏଡିସି ପାରାଦୀପର ବିକାଶ ଓ ପଲିମର ଆମଦାନୀକୁ ହ୍ରାସ କରିବାରେ ବିକଳ୍ପ ଭାବେ ସହାୟକ ହେବ । ପିଏଡିସିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଭିନବ ଆପ୍ଲିକେସନର ବିକାଶ କରି ଭଲ କପଡା ଓ ଟେକନିକାଲ ଟେକ୍ସଟାଇଲ ଭଳି ସାମଗ୍ରୀ ତିଆରି କରି ଦେଶରେ ଏଭଳି ଆମଦାନୀକୁ ହ୍ରାସ କରିବା ।
ଏହି କେନ୍ଦ୍ର ପଲିମେରିକ ସାମଗ୍ରୀ ଓ ସମ୍ବୋଧିତ ଜିନିଷଗୁଡ଼ିକର ବିକଶିତ ଅଞ୍ଚଳକୁ ଚିହ୍ନଟ କରିବା ସହ ସ୍ୱଦେଶୀ ପ୍ରୋତ୍ସାହନ ଭାବେ ଭାରତକୁ ଆତ୍ମନିର୍ଭର କରିବ । ଆଗାମୀ ଦିନରେ ଭଦ୍ରକ ଓ ଧାମରାରେ ଟେକ୍ସଟାଇଲ ଡାଉନଷ୍ଟ୍ରିମ ୟୁନିଟ ପାଇଁ ପଲିଷ୍ଟର ସୂତା ଓ କପଡା ପାଇଁ ପିଏଡିସି ଏକ ବୈଷୟିକ କେନ୍ଦ୍ର ଭାବେ ବି କାମ କରିବ ।

ସମ୍ବନ୍ଧିତ ଖବର