ପାରାଦୀପ: କରୋନାକୁ ନେଇ ଆନ୍ଦୋଳନରେ ବସିଲେ କାର୍ଯ୍ୟରତ ଶ୍ରମିକ, କମ୍ପାନି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ବିଫଳ

ପାରାଦୀପ: ପାରାଦୀପ୍ ପେଟ୍ରୋଲିୟମ ଆଣ୍ଡ ହ୍ୟାଣ୍ଡେଲିଂ ପ୍ରଡକ୍ଟ ଆଣ୍ଡ କ୍ୟାରିୟର ଏମପ୍ଲୟିଜ୍ ୟୁନିୟନର କାର୍ଯ୍ୟରତ ଶ୍ରମିକମାନେ  କରୋନାକୁ ନେଇ ଆନ୍ଦୋଳନରେ ବସିଥିବା ଜଣାଯାଇଛି | ମୃତ୍ୟୁ ହେଲେ ଦାୟୀ କିଏ ହେବ, କିଏ ଦେବ ଶ୍ରମିକ ପରିବାରକୁ ସହାୟତା| ଏଭଳି ଚିନ୍ତା ପ୍ରକଟ କରି ସେମାନେ  ଧାରଣାରେ ବସିଥିବା କୁହାଯାଉଛି।

ପାରାଦୀପ୍ ତୈଳ ବିଶୋଧନାଗାରକୁ ଜିଲ୍ଲା ପ୍ରଶାସନ ଗତ ଅଗଷ୍ଟ ୧୫ ତାରିଖ ଠାରୁ ସଟ୍ ଡାଉନ୍ କରିଥିବା ବେଳେ ଏହି ସମୟରେ କମ୍ପାନିର ମରାମତି କାର୍ଯ୍ୟ ପାଇଁ ବାହାର ରାଜ୍ୟରୁ ହଜାର ହଜାର ଶ୍ରମିକ ଆସିବାରେ ଲାଗିଛନ୍ତି| ଅନେକ ଶ୍ରମିକ ମାନେ କରୋନା ପଜିଟିଭ ବାହାରୁଥିବା ବେଳେ ତୈଳ ବିଶୋଧନାଗାରରେ କାର୍ଯ୍ୟରତ ଶ୍ରମିକମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି| ପ୍ରଶାସନ ଶ୍ରମିକମାନଙ୍କୁ  କାର୍ଯ୍ୟ ସାରି କ୍ୱାରାଣ୍ଟାଇନରେ ରହିବା ଓ ପୁଣି କାର୍ଯ୍ୟରେ ଯୋଗ ଦେବାକୁ କହିଥିବା ବେଳେ, ଏହି ସମୟ ରେ ଶ୍ରମିକମାନଙ୍କୁ ଖାଦ୍ୟ, ସାନିଟାଇଜର  ଓ ଆବଶ୍ୟକୀୟ ପଦାର୍ଥ ଯୋଗାଇ ଦେବା ସହ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଜଣଙ୍କୁ ଚାକିରି ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ଶ୍ରମିକମାନେ|

କମ୍ପାନୀକୁ ବାହାର ରାଜ୍ୟରୁ ଆସୁଥିବା ଶ୍ରମିକମାନଙ୍କ ସହିତ ମିଶିକରି କାର୍ଯ୍ୟ କରିବାକୁ ପଡ଼ୁଥିବା ବେଳେ କରୋନା ସଂକ୍ରମଣ ହେବାର ଢେର୍ ଆଶଙ୍କା ପ୍ରକାଶ ପାଇଛି  | ତେଣୁ ଜିଲ୍ଲା ପ୍ରଶାସନ ଓ ତୈଳ ବିଶୋଧନାଗାର କର୍ତ୍ତୁପକ୍ଷ ଏଦିଗରେ ବିହିତ ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲା ବେଳେ  କେହି କର୍ଣ୍ଣପାତ ନ କରିବାରୁ ଶ୍ରମିକମାନେ କାର୍ଯ୍ୟରେ ଯୋଗ ନ ଦେଇ  ଆନ୍ଦୋଳନ ଆରମ୍ଭ କରିଛନ୍ତି| ଆନ୍ଦୋଳନକାରୀ ଶ୍ରମିକମାନଙ୍କ ସହ କମ୍ପାନି କର୍ତ୍ତୃପକ୍ଷ ଆଲୋଚନା କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ |

ସମ୍ବନ୍ଧିତ ଖବର