ନୂଆଦିଲ୍ଲୀ/ଭୁବନେଶ୍ୱର: ୩୦୦ କିମି ବିଶିଷ୍ଟ ପାରାଦୀପ-ବଡ଼ବିଲ ରାସ୍ତା ୮ ଥାକିଆ ହେବ। ଏହି ରାସ୍ତା ପାରାଦୀପ ଠାରୁ ଆରମ୍ଭ ହୋଇ ଚଣ୍ଡିଖୋଲ, ଡ଼ୁବୁରି, କେନ୍ଦୁଝର, ରିମୁଳି ଓ ବଡରସାହି ଦେଇ ବଡବିଲରେ ଶେଷ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ନିଷ୍ପତ୍ତି ସଂପର୍କରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ପାରାଦୀପ ଠାରୁ ବଡ଼ବିଲ ପର୍ଯ୍ୟନ୍ତ ୩୦୦ କିଲୋମିଟର ରାସ୍ତାକୁ ୮ ଥାକିଆ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ, ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନର କୋଷ୍ଟାଲ ହାଇେଓ୍ୱ ନେଇ ଥିବା ସମସ୍ୟା ତଥା ଗୋପାଳପୁରରୁ ସାତପଡ଼ା ପାଇଁ ପ୍ରକଳ୍ପର କାମ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ତଥା ଅନୁମତି ଦେବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରତିଶ୍ରୁତି ଦେଇଛନ୍ତି। କୋଷ୍ଟାଲ ହାଇୱେ ପାଇଁ ଯାହା ସହଯୋଗ ଆବଶ୍ୟକ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବୈଠକରେ ଭୁବନେଶ୍ବର ରିଙ୍ଗ ରୋଡ ପ୍ରକଳ୍ପ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ କେନ୍ଦମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀନବୀନପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀନୀତିନଗଡ଼କରୀଙ୍କୁଶ୍ରୀପ୍ରଧାନଧନ୍ୟବାଦଜଣାଇବାସହକହିଛନ୍ତିଯେଓଡିଶାରବିଭିନ୍ନରାଜପଥପ୍ରକଳ୍ପକୁନେଇବିଚାରବିମର୍ଷହୋଇଯାଇଥିବାଏହିବୈଠକରେଓଡ଼ିଶାରେପ୍ରଧାନମନ୍ତ୍ରୀନରେନ୍ଦ୍ରମୋଦୀଙ୍କନେତୃତ୍ୱରେଭାରତ ସରକାରଙ୍କମନ୍ତ୍ରୀନିତୀନଗଡକରୀଙ୍କଦ୍ୱାରାକାର୍ଯ୍ୟକାରୀହେଉଥିବାପ୍ରକଳ୍ପବିଶେଷଭାବରେଭାରତମାଳାପରିଯୋଜନାରେଦୀଘା-ଗୋପାଳପୁରଉପକୂଳରାଜପଥପ୍ରକଳ୍ପରବିକାଶରକାମକୁତ୍ୱରାନ୍ବିତକରିବାଦିଗରେଆଲୋଚନାହୋଇଛି।ହଜାରକୋଟିଟଙ୍କାଖର୍ଚ୍ଚରେଓଡ଼ିଶାରଉପକୂଳବର୍ତୀଅଂଚଳରଲାଇଫଲାଇନ୍ହେବାକୁଯାଉଥିବାଏହିକୋଷ୍ଟାଲହାଇେଓ୍ୱରଅଗ୍ରଗତିନେଇଆଲୋଚନାହୋଇଥିବାବେଳେଗୋପାଳପୁରରୁସାତପଡ଼ାପାଇଁପ୍ରକଳ୍ପରକାମପାଇଁଆନୁଷଙ୍ଗିକବ୍ୟବସ୍ଥାକରିବାତଥାଅନୁମତିଦେବାପାଇଁରାଜ୍ୟସରକାରପ୍ରତିଶ୍ରୁତିଦେଇଛନ୍ତି।ଓଡ଼ିଶାରସର୍ବବୃହତରାଜପଥପ୍ରକଳ୍ପକୋଷ୍ଟାଲହାଇେଓ୍ୱସମ୍ପୂର୍ଣ୍ଣହେଲେଏହାପର୍ଯ୍ୟଟନଶିଳ୍ପକୁତ୍ୱରାନ୍ବିତକରିବାସଙ୍ଗେସଙ୍ଗେମତ୍ସ୍ୟଚାଷ, ଖାଦ୍ୟପ୍ରକ୍ରିୟାକରଣ, ଲଜିଷ୍ଟିକୁସୁବିଧାଦେବାସହପଣ୍ୟାଗାରପରିବହନରେବିଶେଷଭାବରେସହାୟକ
ହେବ।

publive-image

ଏହିବୈଠକରେଭୁବନେଶ୍ୱରରିଙ୍ଗ୍ରୋଡପ୍ରକଳ୍ପନେଇଆଲୋଚନାହୋଇଥିଲା।ପ୍ରସ୍ତାବିତପରାଦୀପ-ବଡ଼ବିଲଅର୍ଥନୈତିକକୋରିଡ଼ରଚଣ୍ଡିଖୋଲସମେତଦେଶରସବୁଠୁବଡ଼କଳିଙ୍ଗନଗରଇସ୍ପାତ୍କ୍ଲଷ୍ଟରରବିକାଶକରିବାରେବଡ଼ଭୂମିକାଗ୍ରହଣକରିବ।ଏହିରାଜପଥଡ଼ୁବୁରିପାର୍ଶ୍ବବର୍ତୀଅଂଚଳତଥାଇସ୍ପାତ୍, କୋଇଲା, ଲୁହାଆଲୁମିନିୟମକ୍ଷେତ୍ରପାଇଁମଧ୍ୟଅନେକସମ୍ଭାବନାରସମ୍ଭାରଆଣିବ।ସ୍ଥାନୀୟଅର୍ଥନୀତିକୁସୁଦୃଢ଼କରିବାସଙ୍ଗେସଙ୍ଗେଯୁବକଙ୍କପାଇଁରୋଜଗାରରସୁଯୋଗମଧ୍ୟସୃଷ୍ଟିକରିବାରେବଡ଼ଭୂମିକାଗ୍ରହଣକରିବ।

ପୂର୍ବୋଦୟପରିକଳ୍ପନାରେଓଡ଼ିଶାରେବନ୍ଦରଆଧାରିତଶିଳ୍ପାୟନରଦ୍ରୁତଅର୍ଥନୀତିରବିକାଶକୁପ୍ରାଥମିକତାଦିଆଯାଉଛି।ଏହିପରିପ୍ରେକ୍ଷୀରେଧାମରାରେବନ୍ଦରଆଧାରିତବିକାଶକରିବାନେଇଧାମରାକୁସଂଯୋଗକରୁଥିବାପ୍ରସ୍ତାବିତରାଜପଥପ୍ରକଳ୍ପଗୁଡ଼ିକଉପରେଗୁରୁତ୍ୱାରୋପକରାଯାଇଥିଲା।ଗୋପାଳପୁରବନ୍ଦର, ସବର୍ଣ୍ଣରେଖାପ୍ରସ୍ତାବିତବନ୍ଦରକୁସଂଯୋଗକରୁଥିବାରାସ୍ତାଗୁଡ଼ିକଉପରେମଧ୍ୟଏହିବୈଠକରେଆଲୋଚନାକରାଯାଇଥିଲାବୋଲିକେନ୍ଦ୍ରମନ୍ତ୍ରୀଶ୍ରୀପ୍ରଧାନମତବ୍ୟକ୍ତକରିଛନ୍ତି