ରେକର୍ଡ ରଚିଲା ପାରାଦୀପ ବନ୍ଦର : ଦିନକରେ ୨୭ ପଣ୍ୟବାହୀ ଜାହାଜର କାରବାର

ଜଗତସି˚ହପୁର : ପାରାଦୀପ ବନ୍ଦର ଆଉ ଏକ ସଫଳତାର ପାହାଚ ଅତିକ୍ରମ କରିବାକୁ ସକ୍ଷମ ହୋଇଛି। ଗୋଟିଏ ଦିନରେ ବନ୍ଦର ମଧୢରେ ୨୭ ପଣ୍ୟବାହୀ ଜାହାଜ କାରବାର କରାଇ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ପ୍ରଥମଥର ପାଇଁ ବନ୍ଦର ଗତ ଡିସେମ୍ବର ମାସରେ ଗୋଟିଏ ଦିନରେ ୨୪ଟି ପଣ୍ୟବାହୀ ଜାହାଜ କାରବାର କରାଇ ସାରା ଦେଶରେ ଏକ ରେକର୍ଡ ସୃଷ୍ଟି କରିଥିଲା।

ଗତକାଲି ସକାଳ ୬ଟାରୁ ଆଜି ସକାଳ ୬ଟା ମଧୢରେ ମୋଟ୍‌ ୨୭ଟି ଜାହାଜ କାରବାର କରିଛନ୍ତି। ଗତକାଲି ସକାଳ ୬ଟାରେ ଗୋଟିଏ ଜାହାଜ ବାହରିଥିବା ବେଳେ ଆଜି ସକାଳ ୬ଟାରେ ଆଉ ଏକ ଜାହାଜ ସଫଳତାର ବନ୍ଦର ମଧୢରେ ପ୍ରବେଶ କରିଥିଲା। ଏହି ଦୁଇଟି ଜାହାଜ କାରବାର ମଧୢରେ ୨୭ଟି ଜାହାଜ ସୁରକ୍ଷିତ ଭାବେ ବନ୍ଦର ମଧୢରୁ ପଣ୍ୟ କାରବାର କରିଛନ୍ତି।

ସୂଚନା ଅନୁଯାୟୀ, ବନ୍ଦର ମଧୢରେ ପ୍ରଥମ ସିଫ୍ଟ୍‌ରେ ୧୨ଟି, ଦ୍ବିତୀୟ ସିଫ୍ଟ୍‌ରେ ୧୧ଟି ଓ ତୃତୀୟ ସିଫ୍ଟ୍‌ରେ ୪ଟି ପଣ୍ୟବାହୀ ଜାହାଜ କାରବାର କରିଥିଲା। ଯାହା ପାରାଦୀପ ବନ୍ଦର ଇତିହାସରେ ପ୍ରଥମ ବୋଲି କୁହାଯାଉଛି। ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ନିଷ୍ଠା ଏବ˚ ଏକାଗ୍ରତା ଯୋଗୁଁ ଏପରି ଏକ ସଫଳତା ମିଳିପାରିଛି ବୋଲି ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର