ପାରଳା ଗଣମୃତ୍ୟୁ ମାମଲା : ବିଧାୟକ କେ.ସୂରିୟା ରାଓ ଓ ବିଜେପି ଜିଲ୍ଲା ସଭାପତି କେ.ରାବଣାଙ୍କୁ ଜାମିନ

କଟକ : ପାରଳା ଗଣମୃତ୍ୟୁ ମାମଲାରେ ସ୍ଥାନୀୟ ବିଧାୟକ କେ.ସୂରିୟା ରାଓ ଓ ବିଜେପି ଜିଲ୍ଲା ସଭାପତି ଜି.ଭେଙ୍କଟରମଣ ଓରଫ୍‌ କେ.ରାବଣାଙ୍କୁ ହାଇକୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ଏସ୍.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଉଭୟଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି। ଉଭୟ ଆବେଦନକାରୀଙ୍କୁ ଖଣ୍ଡପୀଠ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ପୂର୍ବରୁ ୨୦୧୬, ସେପ୍ଟେମ୍ବର ୭ରେ ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ଆବେଦନକାରୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବା ସହିତ ତଦନ୍ତରେ ସହଯୋଗ ପାଇଁ ନି‌ର୍ଦ୍ଦେଶ ଦେଇଥିଲେ। ଶ୍ରୀ ରାଓଙ୍କ ପକ୍ଷରୁ ଆଇନଜୀବୀ ପ୍ରସନ୍ନ କୁମାର ମିଶ୍ର ଓ ଶ୍ରୀ ରାବଣାଙ୍କ ତରଫରୁ ଆଇନଜୀବୀ ପ୍ରସନ୍ନ କୁମାର ପାଢୀ ମାମଲା ପରିଚାଳନା କରୁଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ ପାରଳା ରାଜପ୍ରସାଦ ମ୍ୟାନେଜର ଅନଙ୍ଗମଞ୍ଜରୀ ପାତ୍ରଙ୍କ ସମେତ ୪ ଭାଇ ଭଉଣୀଙ୍କ ସନ୍ଦେହଜନକ ଗଣମୃତ୍ୟୁକୁ ନେଇ ପାରଳାଖେମୁଣ୍ତି ଥାନାରେ ରୁଜୁ ମାମଲାରେ ଗିରଫଦାରୀ ଏଡାଇବା ପାଇଁ ବିଧାୟକ ଶ୍ରୀ ରାଓ ଓ ବିଜେପି ଜିଲ୍ଲା ସଭାପତି ଶ୍ରୀ ରାବଣା ୨୦୧୬ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତାଙ୍କ ବିରୋଧରେ ପୁଲିସ ନିକଟରେ ହୋଇଥିବା ଅଭିଯୋଗ ଭିତ୍ତିିହୀନ ଦର୍ଶାଇ ଉଭୟ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ।

ସମ୍ବନ୍ଧିତ ଖବର